ସୁଜାନଗର କଳ୍ପବଟ ଭାଗବତ ଟୁଙ୍ଗୀ ପକ୍ଷରୁ ନନ୍ଦ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର କଳ୍ପବଟ ଭାଗବତ ଟୁଙ୍ଗୀ ପକ୍ଷରୁ ନନ୍ଦ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନେ ନନ୍ଦ, ଯଶୋଦା, ଶ୍ରୀକୃଷ୍ଣ, ବଳରାମ ପ୍ରଭୃତି ବେଶ ହୋଇ ଘରକୁ ଘର ବୁଲି ସେହି ପୁରାତନ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଛବୀନ୍ଦ୍ର ରାଉଳ, ଧରଣୀଧର ବେହେରା, ମଧୁସୁଦନ ଗେରୁ, ବେଣୁଧର ନାୟକ, ଟୁଟୁ ଗେରୁ, କୈଳାସ ଗେରୁ, ନକୁଳ ପାତ୍ର, ତପନ ଦାସ, ତ୍ରିଲୋଚନ ଗେରୁ, ରବିନ୍ଦ୍ର ଗେରୁ, ଶ୍ରୀନିବାସ ସାହୁ, ଶୁକାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ