ରେମୁଣା ନିର୍ବାଚନ ମଣ୍ଡଳୀରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ସକାଳ ୧୦ ଘଟିକା ସମୟରେ Cpt. ଭାସ୍କର ମଲ୍ଲିକଙ୍କ ନେତୃତ୍ୱରେ ରେମୁଣା ବିଜେପି ତରଫରୁ ଲବଣତୀର୍ଥ ମଣ୍ଡଳର ଇଞ୍ଚୁଡି ଗ୍ରାମପଞ୍ଚାୟତରେ “ମୋ ଦେଶ ମୋ ମାଟି” ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ମଣ୍ଡଳ ସଭାପତି ବିଭୋତି ରଞ୍ଜନ ସେନାପତି, ଅବସରପ୍ରାପ୍ତ DSP ଗୋବିନ୍ଦ ମଲ୍ଲିକ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ବାନ କ୍ରମେ ଦିଲ୍ଲୀରେ ହେବାକୁ ଯାଉଥିବା ସହିଦ ସ୍ମୃତି ଭବନ(ଅମୃତ ବାଟିକା) ପାଇଁ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଜରିଆରେ ସହିଦ ଯବାନ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ସର୍ବପ୍ରଥମେ ବୀର ସଂଗ୍ରାମୀ ମାଟି ଇଞ୍ଚୁଡ଼ିର ସହିଦ ସ୍ମୃତି ପୀଠରୁ ମାଟି ସଂଗ୍ରହ କରାଯାଇଥିଲା।ପରେ ଇଞ୍ଚୁଡି ମାଟିର ସ୍ବାଧୀନତା ସଂଗ୍ରାମୀ ଲୋକନାଥ ଭୂୟାଁ,କୈଳାସ ଚନ୍ଦ୍ର ଦାସ,ଦୀନବନ୍ଧୁ ଦାସ,ବିଶ୍ଵନାଥ ଦାସ ସମେତ ଅନ୍ୟ ସମସ୍ତ ବୀର ଯବାନ ମାନଙ୍କ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସ୍ନେହଲତା ମହାକୁଡ,ମିନତି ବେହେରା,ସବିତା ମହାକୁଡ,କଟିମା ଜେନା,ସରୋଜିନୀ ଦାସ,ତପଶିନି ବାରିକ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ,ପଞ୍ଚାୟତ ସଭାପତି ଶଶିକାନ୍ତ ଦାସ,ସର୍ବେଶ୍ଵର ଦାସ,ଅଶୋକ ବାରିକ,ଗଜେନ୍ଦ୍ର ବାରିକ ଇତ୍ୟାଦି ଉପସ୍ଥିତ ଥିଲେ