ହାଇସ୍କୁଲ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାତକୋଶିଆ ଆଦର୍ଶ ଗ୍ରାମପଂଚାୟତ ହାଇସ୍କୁଲ ର ବିଦାୟୀ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମିଶ୍ର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନୂତନ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ବାବା ଭୈରବାନନ୍ଦ ସରସ୍ୱତୀ,ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ,ସ୍ଥାନୀୟ ସରପଂଚ ଚାନ୍ଦମଣି ଜାରିକା,ସ୍କୁଲ ପରିଚାଳନା କମିଟି ର ସଭାପତି ବାବୁଲି ଚରଣ ହାଇବୁରୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରହ୍ଲାଦ ମଢେଇ,ସ୍ଥାନୀୟ ସମିତିସଭ୍ୟା କୁଲୁମଣି କାଲୁଆ,ପୂର୍ବତନ ସରପଂଚ କମଳ ଲୋଚନ ମହାନ୍ତ,ପୂର୍ବତନ ସମିତିସଭ୍ୟ ଭାସ୍କରଚନ୍ଦ୍ର ଗାହାଣ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର ନାୟକ,ପୂର୍ବନ ସରପଂଚ ଗଣେଶ୍ୱର ଦାସ,ପୂର୍ବତନ ସମ୍ପାଦକ ଦିଲ୍ଲିପ ନାୟକ,ବରିଷ୍ଠ ସମାଜସେବୀ ଅର୍ଜୁନଚରଣ ବେହେରା,ଧାତିକିଡିହା ସରପଂଚ କରୁଣାକର ନାୟକ,ସମାଜସେବୀ ପାଣ୍ଡୁ ଚରଣ ବଦରା,ପୂର୍ବତନ ସମିତିସଭ୍ୟ ରଞନ ମହାନ୍ତ, ସେବାଶ୍ରମର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ମହାନ୍ତ,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗଜେନ୍ଦ୍ରନାଥ ନାୟକ,ପୂର୍ବତନ ଶିକ୍ଷକ ରମେଶଚନ୍ଦ୍ର ବେଜ୍‌,ଶୁକଦେବ ଓଝା,ହରିଶ୍ଚନ୍ଦ୍ର ହାଇବୁରୁ,ମାୟୂରଭଞ-୨ ଓଷ୍ଟା ଉପସଭାପତି ସତ୍ୟନାରାୟଣ ଭୋଳ,ବ୍ଲକ ଓଷ୍ଟା ସଭାପତି ପ୍ରମୋଦ କୁମାର ବାରିକ,ସିଆରସିସି ଶୁସାନ୍ତକୁମାର ନାଏକ,କୋଡପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରତିକାନ୍ତ ଦେବତା,ଅବସରପ୍ରାପ୍ତ ବନାଂଚଳ ଅଧିକାରୀ ପିତାମ୍ବର ସେଠୀ ଯୋଗ ଦେଇ ସଭାରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁବ୍ରତ କୁମାର ଦାଶ ବେଦଧ୍ୱନୀ କରିଥିବାବେଳେ ହିନ୍ଦୀଶିକ୍ଷକ ମହେଶ୍ୱର ମହାନ୍ତ,ଶିକ୍ଷାକର୍ମଚାରୀ ରଜତକୁମାର ଭୋଇ,ପ୍ରଫୁଲ୍ଲକୁମାର ମହାନ୍ତ,ଦୂର୍ଯ୍ୟୋଧନ ନାୟକ,ରାମଚନ୍ଦ୍ର ହୋ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଛବିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ