ମାଛ ଚାଷ ପ୍ରୋତ୍ସାହନ ନାମରେ ବ୍ୟାପକ ଅର୍ଥ ହରିଲୁଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ସ୍ବୟଂ ସହାୟକା ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ମସୁଧାରେ ସରକାର ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଖୋଦ ଆଟିଡିଏ ସଂସ୍ଥା ବିଭିନ୍ନ ଆଦିବାସୀ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କୁ ଦିବାଲୋକରେ ପ୍ରତ୍ସାହନା ନାଁରେ ଶୋଷଣ କରିବାରେ ଲାଗିଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆ଼ଟିଡିଏରେ ।ପାରଳାଖେମୁଣ୍ଡି ଆଟିଡିଏ ରେ ବ୍ୟାପକ ଦୁର୍ନ୍ନିତୀ ,ମହିଳା ଗୃଫକୁ ମାଛ ଚାଷ ପ୍ରତ୍ସାହନା ନାମରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ହୋଇଛି ଅଭିଯୋଗ । ବିଭାଗୀୟ ଅଧିକାରୀ ଓ ବେସରକାରୀ ସଂସ୍ଥା ଓ ଠିକାଦାର ମିଳିମିଶି ଠକିନେଇ ବିଲ କରି ଆଦିବାସୀଙ୍କ ଟଙ୍କାକୁ ଆତ୍ମସାତ କରିଥିବା ଭଳି ଆସିଛି ସାଙ୍ଗାତିକ ତଥ୍ୟ ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ସର୍ବଦା ପଛୁଆ ଅଞ୍ଚଳ ଭାବେ ବିବେଚିତ ଗଜପତି ଜିଲ୍ଲା ର ନିରିହ ଆଦିବାସୀ ଲୋକଙ୍କ ସରଳତାର ସୁଯୋଗ ନେଇ ପାରଳାଖେମୁଣ୍ଡି ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମିଶନ ଜୀବିକା ପ୍ରକଳ୍ପ ନାମରେ ବିଭିନ୍ନ ଯୋଜନାରେ ପ୍ରତ୍ସାହନା ଯୋଗାଇଦେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିନେଇଥିବା ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ଏହି କାର୍ଯ୍ୟାଳୟରେ ଦୁର୍ନ୍ନିତୀ ଚାଲିଥିବା ବେଳେ ଗତ ବର୍ଷ ଉନ୍ନତ କିସମର ଅଦା, ହଳଦୀ ସହ ମୃଦଙ୍ଗ କିଣା ରେ ତିନି କୋଟିର ଦୁର୍ନିତି ହୋଇଥିବା ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରାକ୍ତନ ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା କୁ ଅନ୍ୟତ୍ର ବଦଳି କରିଥିଲେ ସରକାର । ଏବଂ ଚଳିତ ବର୍ଷ ମଧ୍ୟ ମାଛଚାଷ ରେ ହୋଇଥିବା ଦୁନ୍ନିତି ପଦାକୁ ଆସିବା ପେର ପୁଣି ଆଉ ଏକ ବିଭାଗୀୟ କର୍ମଚାରୀଙ୍କୁ ବହିଷ୍କୃତ କରିଛନ୍ତି ବିଭାଗୀୟ ଅଧିକାରୀ । ତେବେ କ୍ରମାଗତ ଭାବେ କାର୍ଯ୍ୟାଳୟରେ ଚାଲିଥିବା ଦୁନ୍ନିତୀର ଗୁମର ପଦାକୁ ଆସିବାରେ ଲାଗିଛି । ମାଛଚାଷ ଚାଷ ପାଇଁ ଯୋଗାଇଥିବା ପ୍ରତ୍ସାହନା ବାବଦରେ ଗ୍ରାଉଣ୍ଡ ଜିରୋରୁ ମିଳିଥିବା ସୁଚନା ପ୍ରକାରେ , ୨୦୨୨-୨୩ ଆର୍ଥିକ ବର୍ଷ ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଟିଡିଏ ପକ୍ଷରୁ ମିଶନ ଜୀବିକା ପ୍ରକଳ୍ପ ଜରିଆରେ ଜିଲ୍ଲାର ତିନୋଟି ବ୍ଲକରେ ଦିଆଯାଇଥିବା ୫୮ ଟି ପୋଖରି ରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ମାଛଚାଷ ପାଇଁ ପ୍ରତ୍ସାହନା ଯୋଗାଯାଇଥିବା ବେଳେ ମୋହନା ବ୍ଲକ ର 16 ଗୋଟି ଏବଂ ରା. ଉଦୟଗିରି ବ୍ଲକର ୧୨ ଗୋଟି କୁ ମିଶାଇ ସମୁଦାୟ ୨୮ଗୋଟି ସ୍ବୟଂ ସହାୟିକା ମହିଳା ଗୃଫ କୁ ଗ୍ରାମ୍ୟ ପୋଖରୀରେ ମାଛଚାଷ ପାଇଁ ପ୍ରତି ଗୃଫ ପିଛା ବର୍ଷେକିୟା ମାଛଯାଁଳା ୧୦୦ କେଜି ,ମାଛ ଦାନା ୬୦୦କେଜି , ଚୁନ ୨୭ କେଜି, ପ୍ଲାଙ୍କଟଲାଇଫ ୨.୮୪ କେଜି ଯୋଗାଣ କରାଯାଇଥିବା ନେଇ ଦର୍ଶାଯାଇଛି । ଏବଂ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ପୋଖରୀ ୩୦ଜଣ ହିତାଧିକାରଙ୍କୁ ମାଛଚାଷ ପାଇଁ ପ୍ରତି ପୋଖରୀ ପିଛା ୫୦ କେଜି ବର୍ଷେକିଆ ମାଛଯାଁଳା, ମାଛ ଦାନା ୩୫୦କେଜି , ଚୁନ ୨୭ କେଜି, ପ୍ଲାଙ୍କଟଲାଇଫ ୨.୮୪ କେଜି ଦେଇଥିବା ଦର୍ଶାଇ ସମୁଦାୟ ୨୯ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବିଲ କରାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଓ ମହିଳାମାନଙ୍କ ଅଭିଯୋଗ ପାଇବା ପରେ ଆମେ ମୋହନା ବ୍ଲକର ମହୁଲମେଲାଣି ଗ୍ରାମର ସୀତା ଏସଏଚଜି, ଶିକୁଳିପଦର ଗ୍ରାମର ମାଁ ମଙ୍ଗଳା ଏସଏଚଜି , ରା ଉଦୟଗିରି ବ୍ଲକର ପାତ୍ରବସା ଗ୍ରାମର ମାଁ କନ୍ୟାଦେବୀ ଏସଏଚଜି ,ଡମ୍ବଢିଅ ଗ୍ରାମର ମାଁ ବ୍ରାହ୍ମଣଦେଇ ମହିଳା ମଣ୍ଡଳ ଙ୍କୁ ପଚାରିବାରେ ପ୍ରତି ଗୋଷ୍ଠୀକୁ ୨୮ କେଜି ମାଛ ଜାଁଳା,୩୫୦ କେଜି ମାଛଦାନା ଓ ସ୍ବଳ୍ପ ପରିମାଣର ଚୁନ ଓ ପ୍ଲାଙ୍କଟଲାଇଫ ସେତେବେଳେ ଦେଇଥିଲେ ଯାହା ସେଥିରୁ ଅଧିକାଂସ ମାଛ ଜାଁଳା ଦେବା ବେଳେ ଅନେକ ମରିଯାଇଥିବା ହେତୁ ମଲାମାଛଜାଁଳା ପୋଖରୀରେ ପକାଯାଇଥିଲା । ଯାହାଫଳରେ ତାହାର ଯତ୍ନ ନେବା ବୃଥା ପରିଶ୍ରମ ହେବା ସହ ମାଛଚାଷ ରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଗୃଫ ମହିଳାର ସଦସ୍ୟା ମାନେ । ଏଥିପାଇଁ ସମୃକ୍ତ ଅଧିକାରୀ ମାନଙ୍କୁ ମଲାମାଛ ର ଫୋଟ ପଠାଇ ଅସୁବିଧା ଜଣାଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ଦେବା ଦେବା କହି ମିଥ୍ୟା ପ୍ରତିଶୃତି ଦେଇଥିବା ଦୁଃଖ ପ୍ରକାଶ କରିଛନ୍ତି ଗୃଫ ମହିଳା ଗଣ । ସେହିପରି ଜମି ମରାମତି , ଜୀବନ ଜୀବିକା ପାଇଁ କୁକୁଡା ଚାଷ , ବାଡ ବେଢାଇବା ପାଇଁ ଜାଲି ଯୋଗାଣ, ଜମି ପାଇଁ ପମ୍ପସେଟ ସହ ପାଇପ ଯୋଗାଣ, କୀଟନାସକ ଛିଞ୍ଚନ ଯନ୍ତ୍ର ଯୋଗାଣରେ ମଧ୍ୟ ବ୍ୟାପକ ଦୁନ୍ନିତି ହୋଇଥିବା ମୋହନା ବ୍ଲକର ବିଭିନ୍ନ ସ୍ଥାନରୁ ଆଦିବାସୀ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଶିକୁଳିପଦର ଗ୍ରାମ ପଞ୍ଚାୟତର ମହାକୁପା ଗ୍ରାମର ପୁର୍ଣ୍ଣ ଦଳାଇ, ରମା ପାଇକ, ସତ୍ୟ ପାଇକ, ଭାସ୍କର ପାଇକ, ରମେଶ ପାଇକ ପାଞ୍ଚଜଣଙ୍କ ନାମରେ ଜମି ମରାମତି କାମ କରାଯାଇଥିବା ଦର୍ଶାଇ ବିଲ କରି ଅର୍ଥ ଆତ୍ମସାତ ହୋଇଥିବା ବେଳେ କୌଣସି ଜମି ମରାମତି କରାନଯାଇ କେବଳ ଫୋଟ ଉଠାଇ ସମୃକ୍ତ କର୍ମଚାରୀ ସଞ୍ଜୟ ଛୋଟେଇ , ମନୋଜ ପାଢୀ, ଅର୍ଥ ଆତ୍ମସାତ କରିଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ହିତାଧିକାରୀ ମାନେ ଟଙ୍କା ମାଗିଲେ ମିଥ୍ୟା ପ୍ରତିଶୃତି ଦେଇ ଠକିଦେଉଥିବା ଅଭିଯୋଗ ହୋଇଛି । ମହାକୁପା ଗ୍ରାମର ତିନିଜଣ ଚାଷିଙ୍କୁ ଏକ ପମ୍ପସେଟ ଯୋଗାଣରେ ୨୫୦୦ଟଙ୍କା ଗାଡି ଭଡା ବାବଦରେ ନେଇଛନ୍ତି । 6ଜଣଙ୍କ ନାମରେ ବାଡ ବେଢା ପାଇଁ ଲୁହାଜାଲି ଦିଆଯିବା ପାଇଁ ମଧ୍ୟ ମାଗିନେଇଥିଲେ ଟଙ୍କା । କେବଳ ମହାକୁପା ଗ୍ରାମରେ ଏଭଳି ଠକେଇ ହୋଇଥିବା ବେଳେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟରେ ମଧ୍ୟ ବ୍ୟାପକ ଦୁନ୍ନିତି ହୋଇଥିବା ନେଇ ଅଭିଯୋଗ ଆସୁଛି । ମୋହନା ବ୍ଲକର କ୍ଷେତ୍ର କର୍ମଚାରୀ ଭାବେ କାର୍ଯ୍ୟରତ ସିସିଡି ସଂସ୍ଥା ର ସଞ୍ଜେଇ ଛୋଟେଇ ଅନେକ ବର୍ଷ ଧରି ବ୍ଲକର ବିଭିନ୍ନ ସ୍ଥାନରେ ମନେରେଗା ଯୋଜନାରେ ହେଉଥିବା ଜମି ମରାମତି କାମରେ ବ୍ୟାପକ ଅନିୟମିତତା,ଜାଲିଆତି, କରି ଆଦିବାସୀଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ମୋହନା ବ୍ଲକର ଗୁରୁଝୁଳୀ, ମାଣ୍ଡିମେରା, ଖାରିଗୁଡା, କଟାମା,ରାଇପଙ୍କା ଗ୍ରାମର ସରପଞ୍ଚ ସମିତିସଭ୍ୟ ମାନେ ଏକତ୍ରୀତ ହୋଇ ଗତ ମଙ୍ଗଳବାର ଦିନ ଜିଲ୍ଲାପାଳ ଗଜପତି ଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ସମ୍ପର୍କରେ ଆମେ ଏନେଇ ସମୃକ୍ତ କ୍ଷେତ୍ର କର୍ମଚାରୀ ସଞ୍ଜୟ ଛୋଟେଇଙ୍କୁ ପଚାରିବାରେ ସମସ୍ତ ଅଭିଯୋଗ ଭିତିହିନ ବୋଲି କହିଛନ୍ତି ।ସମସ୍ତ ଦୁନ୍ନୀତି ଅଭିଯୋଗ ସମ୍ପର୍କରେ ପାରଳାଖେମୁଣ୍ଡି ଆଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀଙ୍କୁ ପଚାରିବାରେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଥିଲେ । ଘଟଣା ନେଇ ଆମେ ଗଜପତି ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ତଦନ୍ତ ପରେ ସ୍ବଷ୍ଟ ଜଣାପଡିବ ବୋଲି କହିଛନ୍ତି । ଆଦିବାସୀମାନଙ୍କ ବିକାଶ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସହାୟତା ଯୋଗାଇଦେଉଥିବା ବେଳେ ଲାଭଖୋର ମନବୃତି ସହ ଠିକାଦାର ପ୍ରିତିପୋଷଣ ଓ ମଧୁଚନ୍ଦ୍ରୀକା ନିତି ଯୋଗୁଁ ବାସ୍ତବ ଯୋଜନାର ସଫଳ ରୁପାୟନ ହୋଇପାରୁନାହିଁ । ତେବେ ଏଭଳି ସାଙ୍ଗାତିକ ଅଭିଯୋଗ ଆସିବା ପରେ ସରକାରୀ କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ