ଟାଙ୍ଗୀ- ଚୌଦ୍ଵାର ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ
ଚୌଦ୍ଵାର, (ଦୀପକ କୁମାର ବେଉରା): କଟକ ଜିଲ୍ଲାର ଅଗ୍ରିଣ ଗଣମାଧ୍ଯମ ସଂଗଠନ ଟାଙ୍ଗୀ-ଚୌଦ୍ଵାର ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ବୈଠକ ସହିତ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସଂଘର ପୂର୍ବତନ ସଭାପତି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ନରେଶ କୁମାର ସାହୁ ଓ ସାଧାରଣ ସଂପାଦକ ଭାବେ ମାନସ କୁମାର ପରିଡ଼ା ମନୋନୀତ ହୋଇଥିବା ଜଣାପଡ଼ିଛି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସତ୍ୟବ୍ରତ ଦାସ, ଉପସଭାପତି ପ୍ରୀତିରଂଜନ ବେହେରା, ଶିବବ୍ରତ ଦାସ, ସୁରେନ୍ଦ୍ର ସାହୁ, ନାରାୟଣ ଜେନା, ସଂପାଦକ ସଂଜିବ ତିୱାରୀ, ସହସଂପାଦକ ନବୀନ ରାଓ ଓ ରାଜେଶ ନାୟକ, କୋଷାଧ୍ୟକ୍ଷ ଭାବେ ଦୀପକ ବେଉରା, ସଂଗଠନ ସଂପାଦକ କୁନା ନାୟକ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ପରୀକ୍ଷିତ ଲେଙ୍କା, ବିଶ୍ୱଜିତ୍ ବିଶ୍ଵାଳ, ପ୍ରଭାତ କୁମାର, ତ୍ରିଲୋଚନ ବେହେରାଙ୍କୁ ମନୋନୀତ କରାଯାଇଥିଲା। ଏହାସହ ଦିଲ୍ଲୀପ କୁମାର ଛତାର,ରତିକାନ୍ତ ପଟ୍ଟନାୟକ, ସୁବ୍ରତ କୁମାର ସାମଲ, କାଳନ୍ଦୀ ପ୍ରସାଦ ସାହୁଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ପରେ ସେପ୍ଟେମ୍ବର ୨୭ତାରିଖରେ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ‘କଲମ-୨୦୨୩’ର ଆୟୋଜନ କରାଯିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାମାନେ ସ୍ଥିର କରିଥିବା ଜଣାପଡ଼ିଛି ।