ଅରଭାନୀ ସମୟ ପକ୍ଷରୁ ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ନୀଳାଦ୍ରୀ ବିହାରସ୍ଥିତ ରିକ୍ସା କଲୋନୀ କମ୍ୟୁନିଟି ହଲଠାରେ ଅରଭାନୀ ସମୟ ପକ୍ଷରୁ ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂପାଦକ ରମେଶକୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସମାଜସେବିକା ଜ୍ୟୋସ୍ନାରାଣୀ ଦାଶ ଯୋଗଦେଇ ସାକ୍ଷରତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ତୃତୀୟ ଶ୍ରେଣୀଠାରୁ ବିଦ୍ୟାର୍ଥୀଙ୍କ ଠାରୁ ପଂଚମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଶ୍ରୁତ ଲିଖନ, ହସ୍ତାକ୍ଷର ବହି ପଢ଼ିବା ପ୍ରମୁଖ ପ୍ରତିଯୋଗିତା କରାଯାଇଥିଲା । କୃତକାର୍ଯ୍ୟ ହୋଇଥିବା ପିଲାଙ୍କୁ ଆସନ୍ତା ଚଉଦ ତାରିଖ ଉଦ୍‌ଯାପନୀ ଦିବସରେ ପୁରସ୍କୃତ କରାଯିବ ବୋଲି ସଂପାଦକ କହିଥିଲେ । ସମସ୍ତ ସ୍ତରରେ ଶିକ୍ଷାକୁ ଗୁରୁତ୍ୱ ଦେଲେ ଆମ ରାଷ୍ଟ୍ର ଆହୁରି ବିକଶିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ