ସଂକୁଳ ଶିକ୍ଷା ପରିଷଦ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ସଂକୁଳ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ବୈଠକକୁ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ ଅଧ୍ୟକ୍ଷତା କରିଥିଲେ ଓ ସଂକୁଳ ସଂଯୋଜକ ରବୀନ୍ଦ୍ର ନାଥ ଦାଶ ପରିଚୟ ସହିତ ସ୍ବାଗତ ଭାଷଣ ଦେଇ ଥିଲେ। ଉକ୍ତ ବୈଠକ ରେ ସମସ୍ତ ଶ୍ରେଣୀର ପାଠ୍ଯ ପୁସ୍ତକ ଓ ପାଠ୍ଯ ଖସଡାର ତ୍ରୁଟି ବିଚ୍ୟୁତି,ଆଦର୍ଶ ପାଠ୍ଯ ଟୀକା,ଓ ହାର୍ଡ ସ୍ପଟ ସମ୍ବନ୍ଧରେ ୪ଟି କ୍ଲାସ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ରମ୍ଭା,ନରେନ୍ଦ୍ରପୁର, ଭଞ୍ଜବିହାର,ଗୋପାଳପୁର,ଛତ୍ରପୁର ଓ ଗଞ୍ଜାମ ର ମୋଟ ୪୦ଜଣ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗ ଦେଇଥିଲେ।ଶେଷ ରେ ନରେନ୍ଦ୍ରପୁର ପ୍ରଧାନାଚାର୍ଯ୍ଯ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।