କିନ୍ନର ଙ୍କୁ ଗିରଫ କଲା ଜି ଆର ପି
ବାଲେଶ୍ଵର, (ସରୋଜ ପଣ୍ଡା):ଟ୍ରେନ ରେ ଯାତ୍ରୀଙ୍କୁ ମାଡ ମାରିବା ଘଟଣାର ଜଣେ କିନ୍ନର କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଜି ଆର ପି ପୋଲିସ।ଗିରଫ କିନ୍ନର ହେଲେ ଜଳେଶ୍ଵର ଥାନା ଅଞ୍ଚଳର ସଲମା ବେଗମ ଓରଫ କିନ୍ନର(୨୦) ବୋଲି ଜଣାପଡିଛି।ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଶ୍ରୀପୁର ଅଞ୍ଚଳର ହରିଚରଣ ମାଝୀ ଓ ତାଙ୍କର ସାଙ୍ଗ ସାନ୍ତରାଗାଛି – ହାଇଦ୍ରାବାଦ ଏକ୍ସପ୍ରେସ ଟ୍ରେନ ରେ ହାଇଦ୍ରାବାଦ ଯାଉଥିବା ବେଳେ ରୂପସା ଠାରେ ଅଭିଯୁକ୍ତ ସଲମା ବେଗମ ଓରଫ କିନ୍ନର ତାଙ୍କୁ ମାଡ ମାରିଥିବର ଅଭିଯୋଗ କରିଥିଲେ ହରିଚରଣ। ଏ ନେଇ ବାଲେଶ୍ଵର ଜି ଆର ପି ଥାନା ପକ୍ଷରୁ ୧୧୭/୨୦୨୩ ମୂଳେ ମାମଲା ରୁଜୁ ହୋଇଥିଲା।ଆଜି ଏହି ମାମଲାରେ ସଲମା ବେଗମ୍ ଓରଫ କିନ୍ନର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।