ନୂଆଗାଁ ଠାରେ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କଲା ଚାନ୍ଦିପୁର ବନ ବିଭାଗ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଳା ୬୦ ନମ୍ବର ଜାତୀୟ ରାଜପଥ ଫୁଲାଡି ନିକଟ ନୂଆଗାଁ ଠାରେ ଚାନ୍ଦିପୁର ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ(OR-1-L-2318) କୁ ଜବତ କରିଛି।ଏଥି ସହ ଟ୍ରକର ଡ୍ରାଇଭର ହେଲ୍ପର ଙ୍କୁ ଗିରଫ କରିଛି।ଜବତ କେନ୍ଦୁ ପତ୍ର ର ଓଜନ ୫୦ କୁଇଣ୍ଟାଲ ହେବ।ଯାହାର ବଜାର ମୂଲ୍ୟ ୬ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ରେଢ଼ାଖଲ ଅଞ୍ଚଳର ସୁରେଶ ମହାକୁର, ମଣ୍ଟୁ ମହାକୁର ବୋଲି ଚାନ୍ଦିପୁର ବନବିଭାଗ ପକ୍ଷରୁ ସୂଚନା ମିଳିଛି।ତେବେ ଟ୍ରକ୍ ଟି କେନ୍ଦୁପତ୍ର ବୋଝେଇ କରି ସମ୍ବଲପୁର ରୁ କଲିକତା ଅଭିମୁଖେ ଯାଉଥିଲା ,କୌଣସି ସୂତ୍ରରୁ ଖବର ପାଇ ଚାନ୍ଦିପୁର ବନ ବିଭାଗ କେନ୍ଦୁପତ୍ର ଚାଲାଣ ହେଉଥିବା ଟ୍ରକ କୁ ଜବତ କରିଥିଲେ। ଏ ନେଇ ଚାନ୍ଦିପୁର ବନ ବିଭାଗ ପକ୍ଷରୁ ୩୫/୨୩ ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ