ସହରରେ ଗଣେଶ ପୂଜା ପାଳନ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ସହରରେ ଆସନ୍ତା ୧୯ ତାରିଖ ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ଆଜି ଅପରାହ୍ନ ପାଞ୍ଚଟା ବେଳେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଇଜି ହିମାଂଶୁ ଲାଲ,ସଦର ବିଧାୟକ ସ୍ୱରୂପ କୁମାର ଦାସ,ଉପ ଜିଲ୍ଲାପାଳ କୁନାଲ ଚୌହାନ ମୋତିରାମ, ଏସପି ଶାଗରିକା ନାଥ ପ୍ରମୁଖ ଯୋଗ ଦେଇ ଶାନ୍ତି ଶୃଙ୍ଖଳାର ସହ ଗଣେଶ ପୂଜା ପାଳନ ପାଇଁ ଉପସ୍ଥିତ ପୂଜା କମିଟି ର କର୍ମକର୍ତ୍ତା,ଶାନ୍ତି କମିଟି ସଦସ୍ୟ, ସଦସ୍ୟା ମାନଙ୍କୁ ବକ୍ତବ୍ୟରେ କହିଥିଲେ।ଏଥି ସହ ପୂଜା ପାଇଁ ମାର୍ଗଦର୍ଶିକା ସଂପର୍କରେ ଡିଏସପି ବ୍ରଜେଶ୍ଵରୀ ବଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଏହି ବୈଠକରେ ସହରର ୬୦ ରୁ ଉର୍ଦ୍ଧ ପୂଜା ମଣ୍ଡପର ଦୁଇଶହ ରୁ ଉର୍ଦ୍ଧ କର୍ମକର୍ତ୍ତା,ଶାନ୍ତି କମିଟି ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ