ବଡରମ୍ପାସ ଗ୍ରାମରେ ନନେ୍ଦାତ୍ସବ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ନନେ୍ଦାତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉପଭୋଗ କରିବାକୁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ ହୋଇଥିଲେ । ନନ୍ଦରାଜା ଭୁମିକାରେ ନଣ୍ଡା ସ୍ୱାଇଁ, ନନ୍ଦରାଣୀ ଭୁମିକାରେ ଚନ୍ଦନ ନାୟକ, କୃଷ୍ଣ ଭୁମିକାରେ ଆୟୁଷ ସାହୁ, ରାଧା ଭୁମିକାରେ ଜିତ ଜେନା, ବଳରାମ ଭୁମିକାରେ ସିପୁନ ସାହୁ , ପୁତନା ଭୁମିକାରେ ଟୁକୁ ସାହୁ, କଂଶ ଭୁମିକାରେ ସତ୍ୟବାନ ସାହୁ ଓ ଅମର କୁମାର ଦାସ,ଚନ୍ଦ୍ରଶେଣା ଭୁମିକାରେ ପଞ୍ଚାନନ ଦାସ ପ୍ରମୁଖ ଅଭିନୟ କରିଥିଲେ । କଳାକାର ମାନେ ଏହିସବୁ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସହିତ ଅଭିନୟ କରି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ବଳରାମ ସେନାପତି, ଶ୍ରୀଧର ସାହୁ, ଆଲୋକ ସାହୁ, ଦେବାଶିଷ ସେନାପତି, ଚୈତନ୍ୟ ଜେନା, ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଆଲୋକ ମଣ୍ଡଳ, ବିଚିତ୍ର ସାହୁ, ପାର୍ଥ ସୌରଭ ସା, ଶ୍ରୀକାନ୍ତ ସାହୁ, ରଙ୍ଗାଧର ଦାସ, ନିରଞ୍ଜନ ସାହୁ, ବାବୁ ଓଝା, ମୃତୁ୍ୟଞ୍ଜୟ ବେହେରା, ଜଗମୋହନ ସାହୁ, ମାନସ ଓଝା, ରବିନ୍ଦ୍ର ସାହୁ ଗୋବିନ୍ଦ ସାହୁ, ଦିଲୁ ପାତ୍ର, ଜଗା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।