ଆମ ଓଡିଶା ପ୍ରତିଯୋଗୀତା, ଭାଗନେଲେ ୪୬୩ ଛାତ୍ରଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗୀତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୁତପୁର୍ବ ଉତ୍ସାହ ଦେଖିବାକୁ ମିଳିଛି । ବହୁ ଦୁର ଦୁରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଆଜି ଚିତ୍ରାଙ୍କନ ପ୍ରତିଯୋଗୀତାରେ ୧୬୧ଜଣ, ସୁନ୍ଦର ହସ୍ତାକ୍ଷରରେ ୧୭୪ଜଣ ଭାଷାଜ୍ଞାନରେ ୧୨୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନରେ ନିଉଦାନୀ ସ୍କୁଲର ଦିବ୍ୟଶ୍ରୀ ରାଉତ, ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସେଣ୍ଟ ଜାଭିୟର ହାଇସ୍କୁଲର ସୁଶ୍ରୀ ସଂଗୀତା ପୁହାଣ ଦ୍ୱିତୀୟ ଜଳକଳଙ୍ଗର ଛାତ୍ର ଅଂଶୁମାନ ସେଠୀ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ଗୋପାଳପୁର ସ୍କୁଲର ଛାତ୍ରୀ ରାଜଶ୍ରୀ ରାଜଲକ୍ଷ୍ମୀ ରଣା ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଛେନାପଦି ୟୁଜିୟୁପି ସ୍କୁଲର ଦିବ୍ୟାରାଣୀ ଲେଙ୍କା ଦ୍ୱିତୀୟ ଓ ଶାସଙ୍ଗ ହାଇସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ଜେନା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗର ଦିପ୍ତୀମୟୀ ଆୟଚ ପ୍ରଥମ, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସ୍ୱସ୍ତିକା ସାହୁ ଦ୍ୱିତୀୟ ଏବଂ ହାଟଡିହି ହାଇସ୍କୁଲର ଛାତ୍ରୀ ଜ୍ୟୋତିର୍ମୟୀ ପାଢ଼ୀ ତୃତୀୟସ୍ଥାନ ହାସଲ କରିଛନ୍ତି । ହାଟଡିହି ବ୍ଲକର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଶାସଙ୍ଗ ହାଇସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ ପରିଚାଳନା କରିଥିବାବେଳେ ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ହରମୋହନ ପଣ୍ଡା, ଅନ୍ତର୍ଯ୍ୟାମୀ ରାଉତ, ମୋହନ କୁମାର ମହାନ୍ତି, ବ୍ରହ୍ମାନନ୍ଦ ତ୍ରିପାଠୀ,ନାରାୟଣ ନାୟକ, ଶତୃଘ୍ନ ସାହୁ, ଅମୁଲ୍ୟ କୁମାର ମିଶ୍ର, ଅନନ୍ତ ଚରଣ ମୁଦୁଲି, ମୁରଲୀଧର ବେହେରା, ଅଞ୍ଜନ କୁମାର ଦାସ, ଅନିରୁଦ୍ଧ ସେଠୀ, ଶ୍ରୀକାନ୍ତ ପଟ୍ଟନାୟକ, ଶରତ କୁମାର ଶାସିନି, ନାରାୟଣ ସାହୁ, ଭରତ ଚନ୍ଦ୍ର ସାମଲ, ବିଜୟ କୁମାର ବରାଳ, ଆନନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ କୁମାର ସାହୁ, ଘନଶ୍ୟାମ ଓଝା, ବିଷ୍ଣୁଚରଣ ସାହୁ, ସୁଶାନ୍ତ ସାମଲ, ଶ୍ରୀକାନ୍ତ ସେଠୀ, ପ୍ରଭାକର ବେହେରା, ଗୌରୀ ଶଙ୍କର ପ୍ରଧାନ, ଉମାମଣୀ ପାଢ଼ୀ, ଲକ୍ଷ୍ମୀଧର ଜେନା, ଦିବ୍ୟ ପ୍ରକାଶ ରାଉତ, ବିଜୟ କୁମାର ରାଉତରାୟ, ସୁଧାଶୁଂ ଶେଖର ବେହେରା, ଅମିୟ ରଞ୍ଜନ ରାଉତ, ନବଘନ ନାୟକ, ଗଦାଧର ନାୟକ, ଲଳିତ କୁମାର ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ସତ୍ୟବ୍ରତ ସାମଲ, ମାନସ କୁମାର ନାୟକ,ନରହରି ଜେନା, ସୁରେନ୍ଦ୍ର କୁମାର ନାୟକ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପ୍ରମୁଖ ପରୀକ୍ଷା ପରିଚାଳନା ସହିତ ମୁଲ୍ୟାୟନ କରିଥିଲେ । ସାମ୍ବାଦିକ ଗୋପାଳକୃଷ୍ଣ ରାଉତ, ବିଭୁତି ଭୁଷଣ ଜେନା, ପାର୍ଥ ସୌରଭ ସା, ମନମୋହନ ନାୟକ,ବିକାଶ ବିଶ୍ୱାଳ, ଅଭିମନୁ୍ୟ ଯେନା, ପର୍ଶୁରାମ ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ