ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରତିଷ୍ଠା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ବିଦ୍ୟାଳୟ ସ୍ତରୀୟ ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୩’ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହଦଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକନ୍ଦନ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ସୁମତୀ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଅର୍ଜ୍ଜନ ଓ ଜୀବନ ଗଠନର ବହୁ ଉପାଦେୟ କଥା କହିଥିଲେ । ୨ୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ ଯୋଗ ଦେଇ ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ମହତ୍ତ୍ୱ ବିଷୟରେ କହିବା ସହିତ ବିଦ୍ୟାଳୟର ଭିତ୍ତିଭୂମି, ଖେଳପଡିଆ ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିବେଟ୍‌, କୁଇଜ୍‌, କବିତା ଆବୃତ୍ତି, ଡ୍ରଇଁ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ