ନୂତନ ଥାନାଧିକାରୀଙ୍କୁ ଭେଟିଲା ବ୍ଲକ କଂଗ୍ରେସ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଛି । ପୂର୍ବତନ ଜିଲା କଂଗ୍ରେସ ସଭାପତି ତଥା ପୂର୍ବତନ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ବିଧାନସଭା ଯୁବ କଂଗ୍ରେସ ସଭାପତି ସାଦ୍ଧ ସିଦ୍ଧିକ୍, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ମୁସ୍ତାକ୍ ଅଲ୍ଲୀ ଖାଁ, ପ୍ରଫୁଲ୍ଲ ରାଉତ, ସୁଧାଂଶୁ ନାୟକ, ମନୋରଞ୍ଜନ ମହାପାତ୍ର, ଜିତେନ ବାରିକ, ମଣିଭଦ୍ର ବିଶ୍ୱାଳ, ରାଜେଶ ଜେନା, ରାଜେଶ ଦାସ, ରଶ୍ମି ରଞ୍ଜନ ସେନାପତି, ସନ୍ତୋଷ ସାହୁ, ସୁଦାମ ଖଣ୍ଡାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ବନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।