ନୂତନ ବ୍ଲକ ପ୍ରାଣୀ ଚିକିତ୍ସାଧିକାରିଣୀଙ୍କ ଯୋଗଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ନୂତନ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଭାବେ ଡାକ୍ତର ଯୋଗମାୟା ସିଂ ଯୋଗଦାନ କରିଛନ୍ତି । ଏହି ଅବସରରେ ନୂତନ ଅଧିକାରିଣୀଙ୍କୁ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ନୂତନ ଅଧିକାରିଣୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଆଲୋଚନା କରିବା ସହିତ ଜିଲାରେ ବନ୍ତ ବ୍ଲକ କିପରି ଏକ ନମ୍ବର ସ୍ଥାନ ବଜାୟୀ ରଖିପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ଅନୁଶ୍ରୀ ମିଶ୍ର, ଭାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା. ମୋନାଲିସା ପ୍ରଧାନ, ଅବସରପ୍ରାପ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ଭବାନୀ ପ୍ରସାଦ ମହାପାତ୍ର, ଜିଲା ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସଭାପତି ପ୍ରିୟବ୍ରତ ରାଉତ, ବରିଷ୍ଠ ପ୍ରାଣୀଧନ ନିରୀକ୍ଷକ ସୋମନାଥ ନାୟକ, ସଞ୍ଜୟ କୁମାର ଜେନା, ଶଶୀକାନ୍ତ ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, କାହ୍ନୁ ଚରଣ ମିଶ୍ର, ରାଜେଶ କୁମାର ବିଶ୍ୱାଳ, ସନ୍ତୋଷ ପାତ୍ର, ଡିଇଓ ସତ୍ୟ ପ୍ରକାଶ ରାଉତ, ଏମ୍.ଭି.ୟୁ ଆସିଷ୍ଟାଣ୍ଟ ରଞ୍ଜନ ସାହୁ, ଏମ୍.ଭି.ୟୁ ଆଟେଣ୍ଡାଣ୍ଟ ରମେଶ ବାରିକ, କର୍ମଚାରୀ ଶରତ ସାହୁ, ଜଳଧର ପାତ୍ର ଉପସ୍ଥିତ ଥିଲେ ।