ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):ସେପ୍ଟେମ୍ବର ୫ ଗୁରୁଦିବସ ଅବସରରେ ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଶଶୀଶେଖର କରଶର୍ମା ନୂଆଦିଲ୍ଲୀ ଠାରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ “ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ” ଗ୍ରହଣ କରିଛନ୍ତି । ଏନେଇ ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଓଷ୍ଟା ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ ଶ୍ରୀ ଶର୍ମାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ସଂଘ ସଭାପତି ନାରାୟଣ ଚନ୍ଦ୍ର ସାମଲଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ, ମୁଖ୍ୟବକ୍ତା ଡ.ମାୟାଧର ସାହୁ, ସମ୍ମାନୀତ ଅତିଥି ରାଷ୍ଟ୍ରପତି ପୁରସ୍କୃତପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅରୁନ୍ଧତୀ ସେନାପତି ଯୋଗ ଦେଇ ତ୍ୟାଗ,ନିଷ୍ଠା ଓ ସାଧନା ପାଖରେ କିଛି ଅସମ୍ବବ ନୁହେଁ । ବ୍ୟକ୍ତି ହେବା ସହଜ କିନ୍ତୁ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ପରିଷ୍ପୁଟନ ହେବା କଷ୍ଟକର ନୁହେଁ ଯେଉଁଥି ପାଇଁ ଆଜି ଏହି ମାଟି ଗର୍ବିତ ବୋଲି କହିଥିଲେ । ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ, ଅନନ୍ତ ଜେନା ସ୍ୱାଗତ ଭାଷଣ ଓ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଆନନ୍ଦ ଚନ୍ଦ୍ର ରାଉତ, ପୂର୍ଣ୍ଣ ଚନ୍ଦ୍ର କର, ରମେଶ କୁମାର ବେହେରା, ରବିନ୍ଦ୍ର କୁମାର ନନ୍ଦ, ଆଲୋକ ମୁଖାର୍ଜୀ, ଆଲୋକ ପ୍ରଧାନ, ଜଗନ୍ନାଥ ଦ୍ୱିବେଦୀ, ୟାକତ୍ ଅଲ୍ଲୀ, ସୁମତି ନାୟକ, ବିଶ୍ୱଜିତ ରାଉତ ସହଯୋଗ କରିଥିଲେ । ସେହିପରି ନିଜସ୍ୱ ଗ୍ରାମ ଆମ୍ପୋର ଠାରେ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ନାଗରିକ ମୂରଲୀଧର ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ତ୍ ଶ୍ରୀନିବାସ ଲେଙ୍କା, କେନ୍ଦୁଆପଦା ସରପଞ୍ଚ ପ୍ରମୋଦ କୁମାର ଜେନା, ରମେଶ ଚନ୍ଦ୍ର ରାଉତରାୟ, ଭାଗବତ ସୁତାର, କିଶୋର ଚନ୍ଦ୍ର ଦାସ, ସୁରେନ୍ଦ୍ର ନାଥ ସ୍ୱାଇଁ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ବସନ୍ତ ସାମଲ, ପବିତ୍ର କୁମାର ଲେଙ୍କା, ପ୍ରହଲ୍ଲାଦ ପହି, ବିଭୁତି ଭୂଷଣ ପଣ୍ଡା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଗ୍ରାମବାସୀ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ