ସର୍ବଭାରତୀୟ କ୍ଲାସିକ ଚମ୍ପିଅନସିପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) ଭାରତୀୟ ବଡ଼ି ବିଲ୍‌ଡ଼ିଙ୍ଗ ଫେଡ଼େରେସନ ଓ ନର୍ଥ ବେଙ୍ଗଲ ବଡ଼ି ବିଲ୍‌ଡ଼ିଙ୍ଗ ଏବଂ ଫିଟନେସ ଫେଡ଼େରେସନ ଆନୁକୂଲ୍ୟରେ ପଶ୍ଚିମବଙ୍ଗର କୁଚବିହାରଠାରେ ଚାଲିଥିବା ସର୍ବଭାରତୀୟ କ୍ଲାସିକ ଚମ୍ପିଅନସିପ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସତ୍ୟଜିତ ପ୍ରତିହାରୀ ଚମ୍ପିଅନ ଅଫ ଦି ଚମ୍ପିଅନ ଟାଇଟଲ ହାସଲ କରିଛନ୍ତି । ନ୍ୟାସନାଲ ଜଳ ଗୌରୀଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବଡ଼ି ବିଲ୍‌ଡ଼ିଙ୍ଗ ଦଳ ଚମ୍ପିଅନସିପରେ ଭାଗ ନେଇଥିଲେ । ସଭାପତି ଦାଶରଥୀ ଗରାବଡ଼ୁ ଓ ସମ୍ପାଦକ ପୃଥ୍ୱୀରାଜ ଦାସ ସତ୍ୟଜିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ସତ୍ୟଜିତ ମିଃ ଏସିଆ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବା ଲାଗି ମନୋନୀତ ହୋଇଛନ୍ତି । ଆସନ୍ତା ୧୬ତାରିଖରେ ଫିଲିପାଇନ୍ସର ସେବୁଠାରେ ମିଃ ଏସିଆ ପ୍ରତିଯୋଗିତା ଆୟୋଜିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ