ଗଣଧାରଣାକୁ ସ୍ଥଗିତ ରଖିଲା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୧୩ ବର୍ଷର ଅଭିଜ୍ଞତା ଦୃଷ୍ଟିରୁ ସରକାର ସ୍କିମ୍ ପରିବର୍ତ୍ତନ କରି ରାଜ୍ୟ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବା, ଗୋଟିଏ ଦିନର ଛଟେଇକୁ ବନ୍ଦ କରିବା ଏବଂ ସରକାରୀ କର୍ମଚାରୀମାନଙ୍କ ବେତନ ହାରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ଦରମା ପ୍ରଦାନ କରିବା ଆଦି ଦାବିରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ତରଫରୁ ଭୁବଶ୍ୱେରସ୍ଥିତ ଲୋୟର ପିଏମ୍‌ଜିରେ ଚାଲିଥିବା ଗଣଧାରଣାକୁ ସ୍ଥଗିତ ରଖିଛି । ସଂଗଠନର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶାର ୩୦ଟି ଜିଲ୍ଲାର ୧୧୧୭ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପି.ଏଚ୍‌.ଆଇ.ଇ.ଭି ତଥା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ଦୀର୍ଘ ୧୩ ବର୍ଷ ହେବ ନିରବଚ୍ଛିନ୍ନ ଭାବରେ ପ୍ରତିଦିନ ୨ଟି ଭିନ୍ନକ୍ଷମ ପିଲକୁ ହୋମ ବେସ୍ ଏଜୁକେଶନ ଦେବା ସହ ବିଦ୍ୟାଳୟକୁ ଯାଇ ଭିନ୍ନକ୍ଷମ ପିଲାଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷାପ୍ରଦାନ କରିଆସୁଛୁ । ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରତ୍ୟେକ ସ୍ୱେଚ୍ଛାସେବୀ ୪ରୁ ୫ଟି ପଞ୍ଚାୟତର ପ୍ରତ୍ୟେକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ୬ ବର୍ଷ ପରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀ ମାନଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀ ମାନଙ୍କୁ ଛଟେଇ କରି ସ୍ଥାୟୀ ନିଯୁକ୍ତିରୁ ବଞ୍ôଚତ କରୁଛନ୍ତି । ଯାହା ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀ ମାନଙ୍କୁ ଗଭୀର ଆଘାତ ଦେଇଛି । ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀଙ୍କୁ ମାସିକ ବେତନ ୪୭୬୦ଟଙ୍କା ପ୍ରଦାନ କରାଯାଉଛି, ତାହା ପୁଣି ପ୍ରତିମାସ ବଦଳରେ ଛଅମାସରେ ପ୍ରଦାନ କରାଯାଉଛି । ଯାହା ବର୍ତ୍ତମାନ ସମୟରେ ୪୭୬୦ ଟଙ୍କାରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ତିନିଦଫା ଦାବି ନେଇ ମହାସଂଘ ତରଫରୁ ଲୋୟର ପିଏମ୍‌ଜିରେ ଗଣଧାରଣା ଚାଲିଥିବା ବେଳେ ବିଭାଗୀୟ ସଚିବ ସହିତ ସଂଗଠନର ଏକ ପ୍ରତିନିଧି ଦଳଙ୍କ ଆଲୋଚନା ହୋଇଥିଲା ଯେ, ପି.ଏଚ୍‌.ଆଇ.ଇ.ଭିମାନଙ୍କ ତିନି ଦଫା ଦାବିକୁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟକୁ ପ୍ରସ୍ତାବ ଦିଆଯାଇଛି । ଉକ୍ତ ପ୍ରସ୍ତାବକୁ ଏହି କମିଟି ମାଧ୍ୟମରେ ପୁନର୍ବାର ବିଚାର କରାଯାଇ ସୁପାରିଶ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପଠାଯିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ଡିସେମ୍ବର ମାସ ପୂର୍ବରୁ ପି.ଏଚ୍‌.ଆଇ.ଇ.ଭିମାନଙ୍କ ଦାବିଗୁଡ଼ିକୁ ଗ୍ରହଣ କରି ଅନୁମୋଦନ କରିବେ ବୋଲି ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେବା ପରେ ସଂଗଠନ ଗଣଧାରଣାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା ବୋଲି ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।ଏହି ଗଣଧାରଣାରେ ଓଡ଼ିଶାର ୩୦ଟି ଜିଲ୍ଲା ସମସ୍ତ ଆଇ.ଇ.ଭି ମାନେ ଯୋଗ ଦେବା ସହ ନିରଞ୍ଜନ ବେଜ୍‌, ପ୍ରେମାନନ୍ଦ ମହାନନ୍ଦିଆ, ସୁଷମା ପ୍ରଧାନ, ଅକ୍ରୁର, ନୃସିଂହ, ହରିଓମ୍‌, ରାମଚନ୍ଦ୍ର ଖଟୁଆ, ହରେକୃଷ୍ଣ ଜିତ୍‌, ସତ୍ୟେନ୍ଦ୍ର ମହାନ୍ତି, ରଶ୍ମିତା ସାହୁ, ପାର୍ବତୀ ଜେନା, ପ୍ରଦୀପ କୁମାର ବିଶ୍ୱାଳ, ଶଙ୍କରଷଣ ଗିରି, ଅଜିତ ମହାକୁଡ଼, ଶାନ୍ତନୁ ଧରୁଆ, ଯୁଧିଷ୍ଠିର ପ୍ରଧାନ, ଭରତ, ମୃତ୍ୟୁଞ୍ଜୟ ବେହେରା, ଦୁଃଖବନ୍ଧୁ ମହାରଣା, ଜଗବନ୍ଧୁ, ନୀଳାଚଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ