ଟିଲୋ ପଞ୍ଚାୟତ କଂଗ୍ରେସର ସାଙ୍ଗଠନିକ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ କଂଗ୍ରେସର ସାଙ୍ଗଠନିକ ବୈଠକ ଆଶ୍ରମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇଛି । ପଞ୍ଚାୟତ ସ୍ତରୀୟ ଯୁବ କଂଗ୍ରେସ କମିଟିର ସଭାପତି ଭାବେ ପର୍ଶୁରାମ ସାହୁ, ଉପସଭାପତି ରଞ୍ଜନ ପୃଷ୍ଟି, ସଂପାଦକ ଉମେଶ ସାମଲ, ସହସଂପାଦକ ପ୍ରେମାନନ୍ଦ ଜେନା, ସଭ୍ୟ ଭାବେ ଡମ୍ବରୁଧର ବେହେରା, ସୁକାନ୍ତ ସାହୁ, ସରୋଜ ଜେନା, ମନୋଜ ଜେନା, ଉତ୍ତମ ଜେନା, ସୁବ୍ରତ ପୃଷ୍ଟି, ରଙ୍ଗାଧର ସେଠୀ, ପ୍ରକାଶ ରାଉତ, ବାବୁଲି ବେହେରା ମନୋନୀତ ହୋଇଥିଲେ । ସେହିପରି ପରିଚାଳନା କମିଟିର ସଭାପତି ଭାବେ ସୁଧାକର କୁଅଁର, ଉପସଭାପତି ମାଧବାନନ୍ଦ ବିଶ୍ୱାଳ, ସଂପାଦକ ରମାକାନ୍ତ ପାଣିଗ୍ରାହୀ, ସଭ୍ୟ ଭାବେ ପ୍ରଭାକର ସାହୁ, ପ୍ରତାପ ପାତ୍ର, ପ୍ରଦୀପ ପାତ୍ର, ପ୍ରଫୁଲ୍ଲ ଜେନା, ଶ୍ରୀରାମ ଦାସ ଏବଂ ଉପଦେଷ୍ଟା କମିଟିରେ ହରମୋହନ ବେହେରା, ବସନ୍ତ କର, ନବଘନ ରାଜ, ଗଦାଧର ସାହୁ, ପଞ୍ଚାନନ ସ୍ୱାଇଁ, ଭିକାରୀ ବେହେରାଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ହରମୋହନ ବେହେରା, ବସନ୍ତ କର, ସୁଧାଂଶୁ ଶେଖର ନାୟକ, କାଳିଆ ବରାଳ, ଗବାନୁ ପାତ୍ର, ପବିତ୍ର ପୃଷ୍ଟି, ଗଦାଧର ସାହୁ, ବିଶ୍ୱଭାରତୀ ନାଥଶର୍ମାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ