‘ମାନବ ସେବାହିଁ ମାଧବ ସେବା’ ରୋଟାରୀ କ୍ଲବ୍ ମୂଳମନ୍ତ୍ର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ରୋଟାରୀ କ୍ଳବ୍ ୭ ମ ଅଧିଷ୍ଠାନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ପିଡିଜି ରୋଟାରିଆନ ଅଜୟ ଅଗ୍ରୱାଲ,ସମ୍ମାନିତ ଅତିଥି ରୋଟାରୀଆନ ସୁକୁମାର ରଣା, ସମ୍ମାନିତ ଅତିଥି ରାଇରଙ୍ଗପୁର ପଓରଆଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ୟକ୍ଷଙ୍କ ମମିତା ଚୌଧୁରୀ,ରୋଟାରୀଆନ ଗୌରୀଶଙ୍କର ସାରଡା,ରୋଟାରୀଆନ ଅନୁଜ ଅଗ୍ରୱାଲ,ରୋଟାରୀଆନ କାଳୀପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ରୋଟାରୀଆନ ଅତନୁ ମହାନ୍ତି ଅତିଥି ପରିଚୟ ସହ ମଂଚର ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି କହିଥିଲେ ମାନବ ସେବାହିଁ ମାଧବ ସେବା ।ରୋଟାରୀ କ୍ଲବ ସମାଜର ଅବହେଳିତ, ଅସହାୟ, ଦୁଃସ୍ଥ, ପୀଡ଼ିତଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ।ଏହାର ସମସ୍ତ ସଦସ୍ୟ ସେବା ପାଇଁ ଉତ୍ସର୍ଗୀକୃତ ।ସାରା ବିଶ୍ବରେ ରୋଟାରୀ କ୍ଳଵର ସେବା ପାଇଁ ଏକ ନିଆରା ପରିଚୟ ଅଛି । ମୁଖ୍ୟ ବକ୍ତା ଜୟଶ୍ରୀ ମହାନ୍ତି ରାଇରଙ୍ଗପୁର ରୋଟାରୀ କ୍ଳବ୍ ସଦସ୍ୟଙ୍କ ଉତ୍ସର୍ଗୀକୃତ ସେବାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।ରୋଟାରୀ କ୍ଳବର ରକ୍ତଦାନ ଶିବିର,ବୃକ୍ଷ ରୋପଣ,ସାକ୍ଷରତା ଅଭିଯାନ ,ଦୁର୍ଗମ ଅଂଚଳରେ ଦୁଃସ୍ଥ ଗରୀବ ଗୁରୁବାଙ୍କୁ କମ୍ବଳ ବଣ୍ଟନ,ସଡ଼କ ସୁରକ୍ଷା ଅଭିଯାନ, ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ଶିବିର ଭଳି ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଆଗକୁ ରାଇରଙ୍ଗପୁରରେ ଚକ୍ଷୁ ଚିକିତ୍ସାଳ ଖୋଲିବା ପାଇଁ ପ୍ରୟାସ ଜାରି ରଖିଛି ।ରୋଟାରୀ କ୍ଳବ୍ କର୍ମକର୍ତ୍ତାଙ୍କୁ ସଦସ୍ୟ କଳେବର ବୃଦ୍ଧି ଏବଂ ମହିଳା ମାନଙ୍କୁ ରୋଟାରୀ କ୍ଳବ୍ ପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ ପରାମର୍ଶ ଦେଇଥିଲେ । ଚଳିତବର୍ଷ ୨୦୨୨-୨୩ ର ରୋଟାରୀ କ୍ଳବ୍ ସଭାପତି ଗୌରୀ ଶଙ୍କର ସାରଡା ୨୦୨୩-୨୪ ର ନୂତନ ସଭାପତି ରୋଟାରୀଆନ କାଳୀପ୍ରସନ୍ନ ମହାନ୍ତି ଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିଲେ ।ନୂତନ ସଭାପତିଙ୍କୁ ସମସ୍ତେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ତଦସହ ଚଳିତ ଵର୍ଷ ୫ ଜଣ ନୂତନ ସଦସ୍ୟ ରୋଟାରୀ କ୍ଳବ୍ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଦସ୍ୟତା ଗ୍ରହଣ କରିଥି ଲେ । ସେମାନେ ହେଲେ ଡଃ ଅରମାନ ପରୀକ୍ଷା, ଡଃ ସିଦ୍ଧାର୍ଥ ଗିରି,ସେବା ନିବୃତ ଵନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼,ସମାଜସେବୀ ପ୍ଯାରୀକୃଷ୍ନ ସାହୁ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେସିବିଏସଇ,ଆସିଏସି, ସିଏଚସିଇ,ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ରୋଟାରୀ କ୍ଳବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ କ୍ଳବ୍ ସେବା ମୂଳକ କାର୍ଯ୍ୟକ୍ରମକୁ ଖୁବ ଶିଘ୍ର ଆଗେଇ ନେବେ ବୋଲି ନୂତନ ସଭାପତି କାଳୀପ୍ରସନ୍ନ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରୀଆନ ଵିଷ୍ନୁପ୍ରସାଦ ଯେନା, କୋଷାଧ୍ୟକ୍ଷ ରୋଟାରୀଆନ ବିକାଶ ଭୂତ,ବିଜୟ ରାମ, ସୂର୍ଯ୍ୟକାନ୍ତ ଘଣା,ଅରବିନ୍ଦ ବାଗାଡିଆ,ତାରାଚାନ୍ଦ ଅଗ୍ରୱାଲ, ରାମବତାର ପାଡ଼ିଆ,ବାସୁଦେବ ପାଲ,ସୁଜିତ ଯେନା,ଟି କେ ଭିଜୟନ, ବିବେକ ଚନ୍ଦ୍ର ପାହାଡି,ପ୍ରତ୍ୟୁଷ ପରିଡ଼ା,ସୁବାଷ ମଣ୍ଡଳ, ଅତନୁ ମହାନ୍ତି ସହଯୋଗ କରିଥିଲେ।ରୋଟାରୀ କ୍ଳଵର ସେଵାମୂଳକ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।