ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩ଦଫା ଦାବି
କରଞ୍ଜିଆ, (ଜିତେନ୍ଦ୍ର ରାଜ):ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ୩ ଦଫା ଦାବି ପୂରଣ ଆଜି ପର୍ଯ୍ୟନ୍ତ ହୋଇ ନଥିବାରୁ ରାଜ୍ୟ ସଂଘ ଓ ଜିଲ୍ଲା ସଂଘ ର ନିଷ୍ପତ୍ତି କ୍ରମେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି l ସଂଘ ପକ୍ଷରୁ ସରକାରଙ୍କୁ ୩ ଦଫା ଦାବି ପୂର୍ବରୁ ପ୍ରଦାନ କରାଯାଇଥିଲା ଏବଂ ଗତ ବର୍ଷ ନଭେମ୍ବର ମାସରେ ବିଧାନସଭା ସମ୍ମୁଖରେ ଲକ୍ଷାଧିକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ୪ ଦିନ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଦାବି ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ହେଲେ ଏହା ଭିତରେ ୮ ମାସ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ପାଇଁ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୩ ଦଫା ଦାବି ସମ୍ମିଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ କୈାଣସି ପଦକ୍ଷେପ ନେଇ ନଥିବା ଦୁଃଖ ଓ ପରିତାପର ବିଷୟ। ତେବେ ଦାବି ଗୁଡ଼ିକ ମଧ୍ୟରେ ୬ ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରି ସହ ଗଣନା, ସମସ୍ତ ଠିକା ନିଯୁକ୍ତିକୁ ବାତିଲ ଏବଂ ନୂତନ ପେନସନ ଯୋଜନା ପରିବର୍ତ୍ତେ ପୁରାତନ ପେନସନ ପ୍ରଦାନ ପ୍ରମୁଖ ରହିଛି। ଆଜିର ଧାରଣାରେ ଶିକ୍ଷକ ସମୂହ ଛୁଟିରେ ନଯାଇ ପିଲାମାନେ ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନହୁଅନ୍ତି ସେ ବିଷୟରେ ଧ୍ୟାନ ଦେଇ ସାମୁହିକ ଭାବରେ ଛୁଟିରେ ଯାଇ ଧାରଣାରେ ବସିଛନ୍ତି ବୋଲି ଶିକ୍ଷକ ନେତା ତଥା କରଞ୍ଜିଆ ସଂଘ ସଭାପତି ପ୍ରେମାନନ୍ଦ ସେଠୀ ସୂଚନା ଦେଇଛନ୍ତି।ଏହି ଧାରଣାରେ ପ୍ରତ୍ୟେକ ଦିନ କିଛି କିଛି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ। ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆଗକୁ ଏ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ମିଳିଛି