ମାଣିତରାରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ୱ ପ୍ରାଥମିକ ଉପଚାର (ଫାଷ୍ଟ ଏଡ଼) ଦିବସ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଗଣିତ ଅଧ୍ୟାପକ ଡକ୍ଟର ପ୍ରିୟବ୍ରତ ପ୍ରଧାନ, ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପିକା ସୁଚିତ୍ରା ପଣ୍ଡା ଅଂଶ ଗ୍ରହଣ କରି ପ୍ରାଥମିକ ଉପଚାର ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ l ପ୍ରାଥମିକ ଉପଚାର ଶିକ୍ଷାର ଆବଶ୍ୟକତା ଓ ଉପାଦେୟତା ଆଲୋଚନା ଅବସରରେ ଯୁବ ରେଡ କ୍ରସ ପରାମର୍ଶଦାତା ତଥା ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବେଛାସେବୀ ମାନଙ୍କୁ ପ୍ରାଥମିକ ଉପଚାରର କେତକ କୌଶଳ ବୁଝାଇ ଦେଖାଇଥିଲେ l ଗୁଡ଼ ସମାରିଟନ ଲ, ଅସୁସ୍ଥ ଆହତ ଙ୍କ ସେବା, ସରକାରୀ ପ୍ରଛୋହାନ, ଆକ୍ସିଡେଣ୍ଟ ମେନେଜମେଣ୍ଟ, ରିକୋଭୋରୀ ପୋଜିସନ, ସି. ପି.ଆର, ବ୍ୟାଣ୍ଡେଜ, ଚୋକିଜ୍ଞ, ମୁର୍ଚ୍ଛା, ବିଷ କ୍ରିୟା, ହୃଦଘାତ, ରକ୍ତଦାହ ଭଳି ବିଭିନ୍ନ ପ୍ରକାର ପ୍ରାଥମିକ ଉପଚାର କୌଶଳ ମାଧ୍ୟମରେ ତାଲିମ ଦେଇଥିଲେ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ