ପୋଲସରା ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଶିଷ୍ଟ ସମାଜସେବୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ପୋଲିସ ଥାନାର ନୂତନ ଆଇଆଇସି ଭାବେ କୌଶିକ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବୁଗୁଡାର ବିଶିଷ୍ଟ ସମାଜସେବୀ ଧରଣୀଧର ପଣ୍ଡା ମଧ୍ୟ ପୋଲସରା ପୋଲିସ ଥାନା ଆଇଆଇସି ଶ୍ରୀ ମାଝୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମାଜସେବୀ ଶ୍ରୀ ପଣ୍ଡା ଆଇଆଇସି ଶ୍ରୀ ମାଝୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉତ୍ତମ ପୋଲିସ ଅଧିକାରୀ ଭାବେ ଆଇଆଇସି ଶ୍ରୀ ମାଝୀଙ୍କ ସୁନାମ ଥିବା ବେଳେ ଅଞ୍ଚଳର ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ଓ ଅସାମାଜିକ କାର୍ଯ୍ୟକଳାପ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବେ ବୋଲି ସେ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ