ଶୃଙ୍ଖଳିତ ହୋଇ ଦଳ ପାଇଁ କାମକରିବା : ବିଧାୟକ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ବିଜୁ କଲ୍ୟାଣ ମଣ୍ଡପରେ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୋଲସରା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଅନୁଦାନର ସଂପର୍କରେ ବିଧାୟକ ଶ୍ରୀ ସାହୁ ଅବଗତ କରିଥିଲେ । ବର୍ତମାନ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପ୍ରତି ପଞ୍ଚାୟତର ଉନ୍ନତି ନିମନ୍ତେ ପଚାଶ ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦନ ହୋଇଥିବା ସୂଚନା ଦେଇଥିଲେ । ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଥିବା ବେଳେ ଷଷ୍ଠ ଥର ପାଇଁ ନବୀନ ବାବୁ ରାଜ୍ୟରେ ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ସାରା ଭାରତ ବର୍ଷରେ ଓଡିଶା ଏକ ମଡେଲ ରାଜ୍ୟ ରୁପେ ପରିଗଣିତ ହୋଇଛି । ତୃଣମୂଳ ସ୍ତରରେ ଶୃଙ୍ଖଳିତ ହୋଇ ପ୍ରତି ପଞ୍ଚାୟତରେ ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତ କର୍ମୀଙ୍କୁ ଆହ୍ଵାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ସଭାପତି ସୁଶାନ୍ତ କୁମାର ପୋଲେଇ, ସ୍ଥାନୀୟ ସରପଞ୍ଚ ସିମାଞ୍ଚଳ ସେଠୀ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ, ବିକ୍ରମ ନାୟକ ଓ ପ୍ରତିନିଧି ଘନଶ୍ୟାମ ଦାଶ, ପୂର୍ବତନ ନଗର ପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଜୟ କୁମାର ସ୍ବାଇଁ, ସୁକାନ୍ତ କୁମାର ଭୂୟାଁ, ସମୀର କୁମାର ଭୂୟାଁ, ସିଲୁ ଦଳେଇ, ସୁଶାନ୍ତ ପୋଲାଇ, ଭଗବାନ ସାହୁ, ଆସିକା କୋପରେଟିଭ ଡାଇରେକ୍ଟର ରଞ୍ଜନ କୁମାର ସାହୁ , ନଗର ମହିଳା ବିଜେଡି ସଭାପତି କନକ ରାଉତ , ସଞ୍ଜୁକ୍ତା ବାଡତ୍ଯାଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।