ଜନତା ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଉଚିତ ଜବାବ ଦେବେ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଛାନୁଆ ପଞ୍ଚାୟତ ଅଫିସ ସମ୍ମୁଖରେ ସଦର ବିଜେପି ଗଣଆନ୍ଦୋଳନ କରିଛି । ଶ୍ରୀ ଦତ୍ତଙ୍କ ଆହ୍ୱାନକ୍ରମେ ଦଳୀୟ ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଉପସ୍ଥିତ ନେତୃବୃନ୍ଦ ନିଜ ବକ୍ତବ୍ୟରେ ରାଜ୍ୟ ସରକାରକୁ କଡା ସମାଲୋଚନା କରିଥିଲେ । ଗତ ୨୩ ବର୍ଷ ଧରି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣରେ ଆର୍ôଥକ ଅନୁଦାନ ସମେତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଓଡିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନା ଓଡିଶାର ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିସି କାରବାର, ରାସନ କାର୍ଡ ବଣ୍ଟନ, ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ବିଜେଡି ମୁକ୍ତ ଶାସନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦତ୍ତ ଆହ୍ୱାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ ଦାସ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, ପବନ କମିଳା, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ, ପ୍ରଦୀପ ନାୟକ, ପ୍ରଫୁଲ୍ଲ ନାୟକ, ସୁରେନ୍ଦ୍ର ପାତ୍ର, ରତ୍ନାକର ବାରିକ, ରାମଚନ୍ଦ୍ର ମହାନ୍ତି, ଉମାକାନ୍ତ ମାଝୀ, ଭବ ମାହାଲ, ରାଧାଶ୍ୟାମ ଜେନା, ଶକ୍ତିପଦ ମଣ୍ଡଳ, ମହେଶ୍ୱର ଦାସ, ରାମଚନ୍ଦ୍ର ମାଝୀ, ଇଶ୍ୱର ବାରିକ, ଗଙ୍ଗାଧର ସାହୁ, ଗୋବିନ୍ଦ ପ୍ରଧାନ, ଅଭିମନ୍ୟୁ ପଟ୍ଟାୟତ, ଶଙ୍ଖଧାରୀ ପାତ୍ର, ଶଙ୍କର୍ଷଣ ସରଦାର, ପୁଲିନ ଜେନା, ସୁବାଷ ବେହେରା, ହରିପଦ ମୁଖୀ, ଶଙ୍କର୍ଷଣ ଦାସ, ଜୟକୃଷ୍ଣ ରାଉତ, ନରେନ୍ଦ୍ର ମହାଳିକ, ପର୍ଶୁରାମ ଜେନା, ଗୁଣାଧର ଜେନା, ବୈକୁଣ୍ଠ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ