ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ହାଟଡିହିି, (ବିକାଶ ବିଶ୍ୱାଳ):ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି । ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟପ୍ରଦାନକରି ମୁଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୁତନ ପେନସନ ନୀତିକୁ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଆଦି ଦାବିନେଇ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଅନେକ ଦିନ ହେଲା ଦାବି ହୋଇ ଆସୁଥିଲେ ସୁଧା ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ରାଜ୍ୟସରକାର ଏବେ ୪୦ଟି ବିଭାଗରେ ନିୟମିତ ନିଯୁକ୍ତି ଦେଇଥିବାବେଳେ କେବଳ ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ଦିଆଯାଉଛି । ଯାହାକୁନେଇ ଶିକ୍ଷକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟସରକାର ଶିକ୍ଷକ ସଂଘ ସହିତ ଆଲୋଚନା କରି ୨୮୦୦ଗ୍ରେଡପେ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁ ନାହାନ୍ତି । ଯାହାଫଳରେ ଶିକ୍ଷକମାନେ ନାନା ଅସୁବିଧାରେ କାଳ କାଟୁଛନ୍ତି । ସମାନ କାର୍ଯ୍ୟକୁ ସମାନ ଦରମାର ବ୍ୟବସ୍ଥା କହୁଥିବାବେଳେ ସରକାର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି ବୋଳି ଶିକ୍ଷକନେତା ମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସଭାପତି ଅତୁଳ କୁମାର ବଳ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବିଗୁଡିକୁ ସରକାର ମାନିନେବାକୁ ଦାବି ଉପସ୍ଥାପନ କରିବାସହ ଆଗାମି ଦିନେ ଦୁଇଦିନ ଭିତରେ ସମସ୍ତ ଶିକ୍ଷକମାନେ ସମୁହ ଛୁଟିରେ ରହି ଆନେ୍ଦାଳନ ଚାଲୁରଖିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ଧାରଣାରେ ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ସୁଶାନ୍ତ କୁମାର ଯେନା, ପ୍ରଫୁଲ କୁମାର ମଣ୍ଡଳ, ପ୍ରଭାକର ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ରାଜକିଶୋର ସ୍ୱାଇଁ, ବିଶ୍ୱନାଥ ନାୟକ, ଜିତେନ୍ଦ୍ର କୁମାର ବେହେରା, କେଶବ କର, କ୍ଷେତ୍ରବାସୀ ମିଶ୍ର, ସଞ୍ଜୟ କୁମାର ପାତ୍ର, ରଶ୍ମୀରଞ୍ଜନ ପତି, ସୁଶ୍ରୀ ସ୍ୱୟଂପ୍ରଭା ବେହେରା, ଉମାରାଣୀ ପାଢ଼ୀ, ବିନ୍ଦୁରେଖା ସାହୁ, ସ୍ୱାଗତୀକା ଆୟଚଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ