ଆତ୍ମା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁଳଧନ ରାଶି ପ୍ରଦାନ

ହାଟଡିହିି, (ବିକାଶ ବିଶ୍ୱାଳ):କୃଷି ବିଭାଗ ପକ୍ଷରୁ ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆତ୍ମା ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଚାଷକାର୍ଯ୍ୟ ପାଇଁ ବିନା ସୁଧରେ ୧୦ହଜାର ଟଙ୍କା କରି ମୁଳଧନ ରାଶି ପ୍ରଦାନ କରାଯାଇଛି । ବିଡିଓ ବିନିତା ବିଜୟିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଆତ୍ମାର ଅଧ୍ୟକ୍ଷା ଜାନକୀଲତା ଜେନା, କେସିସି ବ୍ୟାଙ୍କର ଶାଖା ପରିଚାଳକ ସଳିଲ କୁମାର ନାୟକ ପ୍ରମୁଖ ଯୋଗଦେଇ ସରକାରଙ୍କ ଏହି ଜନହୀତକର ଯୋଜନା ଉପରେ ଆଲୋକପାତ କରି ମହିଳାମାନେ କିପରି ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଉପରେ ମତବ୍ୟକ୍ତ କରିଥିଲେ । ଏହି ୧୦ହଜାର ଟଙ୍କାକୁ ବିଭିନ୍ନ ଚାଷରେ ବିନିଯୋଗ କରି ପରେ ଫେରସ୍ତ କରିବେ । ପୁନର୍ବାର ଚାହିଁଲେ ବିନାସୁଧରେ ପୁଣି ଋଣ ଆକାରରେ ନେଇପାରିବେ ବୋଲି ବ୍ୟାଙ୍କ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ବ୍ଲକ ସହକାରୀ କୃଷି ଅଧିକାରୀ ଭମଞ୍ଜରୀ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସହକାରୀ କୃଷି ଅଧିକାରୀ ରଣଜିତ କୁମାର ସାମଲ, ନିରଞ୍ଜନ ରଥ, କୃଷିକର୍ମଚାରୀ ଉମେଶ ଚନ୍ଦ୍ର ପ୍ରଧାନ, କେଦାରନାଥ ଭୋଳ, ଜଗନ୍ନାଥ ପରିଡା, କୃଷକସାଥି, ପ୍ରେମାନନ୍ଦ ନାୟକ, ପ୍ରମୋଦ କୁମାର ସେଠୀ, ପ୍ରଶାନ୍ତ କୁମାର ଚଇନି,ମନ୍ମଥ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ