ବଳରାମ ଯୋଜନାରେ ମିଳିତ ଦେୟ ଗୋଷ୍ଠୀଙ୍କୁ ଋଣମେଳା

ହାଟଡିହିି, (ବିକାଶ ବିଶ୍ୱାଳ):ବଳରାମ ଯୋଜନାରେ ମିଳିତ ଦେୟ ଗୋଷ୍ଠୀ ମାନଙ୍କୁ ଚାଷକାର୍ଯ୍ୟ ପାଇଁ ବଳରାମ ଯୋଜନା ପାଇଁ ଏକ ଋଣମେଳା ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ସହକାରୀ କୃଷି ଅଧିକାରୀ ଭମଞ୍ଜରୀ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଋଣମେଳାରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡିଓ ବିନିତା ବିଜୟିନୀ, ଆତ୍ମାର ଅଧ୍ୟକ୍ଷା ଜାନକୀଲତା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବ୍ଲକର ମୋଟ ୮ଟି ମିଳିତ ଦେୟ ଗୋଷ୍ଠୀଙ୍କୁ ଚାଷପାଇଁ ବିନା ସୁଧରେ ୭୦ ରୁ ୯୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିଲା । ଏହାଦ୍ୱାରା ଚାଷୀମାନେ ବହୁତ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶାଳଣିଆଁ, ମରୈଗାଁ ଆଦି ପଞ୍ଚାୟତର ୮ଟି ଗୋଷ୍ଠୀଙ୍କୁ ବାଧାୟକ ଶ୍ରୀ ସେଠୀ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଚେକ୍ ପ୍ରଦାନ କରିଥିଲେ । ସହକାରୀ କୃଷି ଅଧିକାରୀ ରଣଜିତ କୁମାର ସାମଲ, ନିରଞ୍ଜନ ରଥ, ଗ୍ରାମ୍ୟ କୃଷି କର୍ମଚାରୀ ସନୱାନ ଖାଁ, ନନ୍ଦ କିଶୋର ଓଝା, କାବେରୀ ମହାପାତ୍ର, କେଦାରନାଥ ଭୋଳ, କୃଷକ ସାଥି ବିଜୟ କୁମାର ସାହୁ, ବାବୁ ଜେନା, ଜୟଦେବ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ