ଗୋଷାଣୀ ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ରେ ବଡ ଧରଣ ର ଆର୍ଥିକ ଘୋଟାଲା
ଗୋଷାଣୀ, (ଯୁଗାବ୍ଦ ନ୍ୟୁଜ):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ଥିବା ବି ସୀତାପୁର ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବଡ ଧରଣ ର ଆର୍ଥିକ ଘୋଟାଲା ଦେଖିବାକୁ ମିଳିଛି । ଖବର ସୂତ୍ର ରୁ ଜଣା ପଡିଛି ଯେ ଗତ ୨୫ ଜୁଲାଇ ୨୦୨୨ରେ ସେହି ସ୍କୁଲୁ ରେ ପଢୁଥିବା ଷଷ୍ଠ ଶ୍ରେଣୀର ଛାତ୍ରୀ ଅନାଥ ଶିଶୁ କୁ ପ୍ରଶାସନ ସହାୟତା ର ସ୍ପେନ୍ ର ସହୃଦୟ ବ୍ୟକ୍ତି ପୋଷ୍ୟ ହିସାବ ରେ ଗ୍ରହଣ କରି ବିଦେଶ ନେଇଗଲେ ଦୁର୍ଭାଗ୍ୟ ଯେ ସେହି ଝିଅ ର ଉପସ୍ଥାନ କିନ୍ତୁ ଜୁଲାଇ ୨୦୨୨ ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ସ୍କୁଲ ଉପସ୍ଥାନ ଖାତାରେ ଦର୍ଶେଇ ସେହି ଅନାଥ ଛାତ୍ରୀ ନାମ ରେ ସରକାରଙ୍କ ଅନୁଦାନ ଅର୍ଥ ହଡପ କରିଛନ୍ତି । ଅନାଥ ଛାତ୍ରୀ ବିଦେଶ କୁ ଗଲା ପରେ, ତାଙ୍କ ନା ରେ ଉପସ୍ଥାନ ଖାତାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାରଦା କୁମାରୀ ସେହି ଅନାଥ ଝିଅର ନାମ ଖାତା ରେ ରଖିବା ଓ ସରକାର ଙ୍କ ଅନୁଦାନ ଅର୍ଥ ଗୁଡିକ ହଡପ କରିବା ବର୍ତ୍ତମାନ ଲୋକଙ୍କ ଭିତରେ ଚର୍ଚ୍ଚା । ଏତତ୍ ବ୍ୟତୀତ ସରକାରଙ୍କ ୟୁନିଫର୍ମ ପୋଷକ, ବୁଟ୍ ସକ୍ସ, ସ୍ପୋର୍ଟସ ଫଣ୍ଡ ଓ ଅନ୍ୟାନ୍ୟ ଫଣ୍ଡ ଗୁଡାକ ମଧ୍ୟ ହେରଫେର କରିଥିବା RTI ତଥ୍ୟ ମାଧ୍ୟମ ରୁ ଜଣା ପଡିଛି । ଏହା ସହ ଅନେକ ଛାତ୍ର ଛାତ୍ରୀ ଙ୍କ ନାଁ ହଠାତ୍ ଫେବୃଆରୀ ୨୦୨୩ ମସିହାରେ ଉପସ୍ଥାନ ଖାତା ରୁ ବାଦ୍ ଦେଇ ସେମାନଙ୍କ ସରକାରଙ୍କ ଆର୍ଥିକ ଅନୁଦାନ ହେରଫେର କରିଥିବା ଜଣାପଡିଛି । ବାର୍ଷିକ ପରିକ୍ଷା ନିକଟ ଥିବା ସତ୍ତ୍ବେ ଫେବୃଆରୀ ମାସ ୨୦୨୩ ରେ ନା କାଟି ଥିବାରୁ ସେହି ଛାତ୍ର ଛାତ୍ରୀ drop out ରହିଛନ୍ତି । ଏହା ସରକାରଙ୍କ Right of Children to Free and Compulsory Education-୨୦୦୯Act ର ବ୍ୟାଘାତ ଘଟାଇଛନ୍ତି । ଛାତ୍ର ଛାତ୍ରୀମାନେ ଅଧା ପାଠରୁ Drop Out ନ ହେବାପାଇଁ ସରକାରଙ୍କ ବହୁ ଯୋଜନା ଥିବା ସତ୍ତ୍ବେ ଉକ୍ତ ବିଦ୍ୟାଳୟରେ ଫଳପ୍ରଦ ହୋଇପାରୁନାହିଁ ଏହି ପ୍ରକାର ଅନୈତିକ ଆର୍ଥିକ ହେରାଫେରି ଏବଂ ବେନିୟମ କାର୍ଯ୍ୟକଳାପ ସେହି ସ୍କୁଲ ରେ ହୋଇ ଥିବାରୁ ଉଚ୍ଚ ତଦନ୍ତ ସହ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟ ଅନୁଷ୍ଠାନ କରିବା ପାଇଁ ଦାବି ହୋଇଛି