ପୋଖରୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତ ଚନ୍ଦନନଗର ସାହିର ଜଣେ ବୃଦ୍ଧ ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ବୃଦ୍ଧ ଜଣକ ହେଲେ କୋରା ନାହାକ(୬୫) ବୋଲି ଜଣାପଡ଼ିଛି।ଏନେଇ ପୋଲିସ ଅପମୃତ୍ୟୁ ମାମଲା ୧୬/୨୩ ରୁଜୁ କରୁଥିବା ସୂଚନା ମିଳିଛି। ଘଟଣା ରୁ ଜଣାପଛି ଯେ କୋରା ନାହାକ ପାହାନ୍ତିଆ ରୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ।ଗାଁ ଲୋକ ସକାଳୁ ଦେଖି ସରପଞ୍ଚ ଅନର୍ବ ନାହାକଙ୍କୁ ଜଣାଇଥିଲେ ସରପଞ୍ଚ ପାଟପୁର ପୋଲିସ କୁ ଖବର ଦେଇଥିଲେ।ସରପଞ୍ଚ ଗାଁ ଲୋକଙ୍କ ସହାୟତାରେ ପୋଖରୀରୁ କୋରାକୁ ଉଦ୍ଧାର କରି ଆମ୍ବୁଲେସ ଯୋଗେ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ହେଁ ଉପସ୍ଥିତ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଖବର ପାଇ ମେଡ଼ିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ