ପୋଲସରା ବ୍ଲକ ସରପଞ୍ଚ ସଙ୍ଘ ରଶ୍ମିତା ସଭାନେତ୍ରୀ, ଉତ୍କଳ ସମ୍ପାଦକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଲୁଣିଘାଟି ସ୍ଥିତ ଶୈବପୀଠ ପରିସରରେ ପୋଲସରା ବ୍ଲକ ସରପଞ୍ଚ ସଙ୍ଘର ବୈଠକ ସହ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୋଲସରା ବ୍ଳକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ୨୫ ଗୋଟି ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧି ମାନେ ଯୋଗଦେଇଥିଲେ। ସରପଞ୍ଚମାନଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟଶୈଳୀ ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସରପଞ୍ଚ ସଂଘର ଜିଲ୍ଲା ସଂଯୋଜକ ଭାବେ ଚିରିକିପଡା ଶାସନ ପଞ୍ଚାୟତର ସରପଞ୍ଚ ଭଗବାନ ସାହୁଙ୍କୁ ଚୟନ କରାଯାଇଥିବା ବେଳେ ସଭାନେତ୍ରୀ ଭାବେ ହାତୀଓଟ ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ସମ୍ପାଦକ ଭାବେ ସୋଡ଼କ ପଞ୍ଚାୟତର ସରପଞ୍ଚ ଉତ୍କଳ ପ୍ରଧାନ ଓ ବେଲଗାଁ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ସାହୁଙ୍କୁ କୋଷାଧକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ