ହାଟଡିହି ବ୍ଲକର ବିଡିଓଙ୍କ ବଦଳି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀଙ୍କ ବାରିପଦାକୁ ବଦଳି ହୋଇଛି । ତାଙ୍କ ସ୍ଥାନରେ କୁଜଙ୍ଗ ବ୍ଲକର ବିଡିଓ ଥିବା ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ହାଟଡିହି ବ୍ଲକରେ ନିଯୁକ୍ତି ଦିଆଯାଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଚିଠିନଂ-୨୦୫୪୯ ତା ୧୨/୯/୨୦୨୩ରେ ଏହି ନିଦେ୍ର୍ଦଶ ଦିଆଯାଇଛି । ବିଡିଓ ବିନିତା ବିଜୟିନୀ ହାଟଡିହିରେ ପ୍ରଥମଥର ପାଇଁ ବିଡିଓ ଭାବେ ନିଯୁକ୍ତି ପାଇବାପରେ ତିନିବର୍ଷ ଧରି ଅତି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାଟରରେ ପୁର୍ବରୁ ବିଡିଓମାନେ ରହୁ ନଥିବାବେଳେ ବିନିତା ବିଜୟିନୀ ପ୍ରଥମ ନିଯୁକ୍ତି ଦିନଠାରୁ କ୍ୱାଟରରେ ରହି ତାଙ୍କର ସାହସିକତା ଦେଖାଇଥିଲେ । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଅତି ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରି ନିଜ ଦକ୍ଷତାର ପ୍ରତିପାଦନ କରି ପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ