ମାଟି ମୂର୍ତି କାରିଗର ଙ୍କ ଉତ୍ସାହ ବଢିବାରେ ଲାଗିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଦୁଇ ଗୋଟି ସାହିରେ ମାଟି ମୂର୍ତି କାରିଗର ବସବାସ କରି ନିଜର ପରିବାର କୁ ପ୍ରତିପାଳିତ କରୁଥିଲେ। କିଛି ବର୍ଷ ହେଲା ପୋଢସି ଆନ୍ଧ୍ର ପ୍ରଦେଶରୁ। ପ୍ଲଷ୍ଟର ଅଫପ୍ୟାରିସ ମୂର୍ତ୍ତି ବିକ୍ରି କରିବା ଦ୍ୱାରା ମାଟି ମୂର୍ତି କାରିଗର ଚାହିଦା କମିଯିବାରୁ ବ୍ୟବସାୟ ମଧ୍ୟ ମାନ୍ଦା ପଡିଯିବା ଯୋଗୁଁ ଏହି ପ୍ଲାଷ୍ଟର ଅଫପ୍ୟାରିସ ମୂର୍ତ୍ତି ବିକ୍ରି ବଢ଼ିବାକୁ ଲାଗିଲା।ଯାଦ୍ବାରା ଅଞ୍ଚଳର ପରିବେସ ଓ ପ୍ରଦ୍ୟୁଷଣ ନଷ୍ଟ ହେବାରେ ଲାଗିଲା ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ମଧ୍ୟ ଜଣାଇଥିଲେ।ଏହି ସମସ୍ତ ବିଷୟବସ୍ତୁକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପର୍ବପର୍ବାଣୀ ରେ ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଥିବା ଗଣେଶ ପୂଜା , ବିଶ୍ଵକର୍ମା ପୂଜା, ଦୂର୍ଗା ପୂଜା କାଳୀ ପୁଜା, ପାରଳାଖେମୁଣ୍ଡି ସହରରେ କ୍ପାରମାଗତ ଭାବରେ ଚାଲିବ।ସେଥି ମଧ୍ୟରୁ ଗଣେଶ ପୂଜାରେ ରଳାଖେମୁଣ୍ଡି ସହର ସହ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟର ପ୍ୟାରିସରେ ତିଆରି ଗଣେଶ ମୂର୍ତ୍ତି ଦେଖିବାକୁ ବହୁତ ସୁନ୍ଦର ଲାଗୁଥିବା ବେଳେ ମାଟି ମୂର୍ତ୍ତି ଅପେକ୍ଷା କମ ଦାମରେ ପ୍ଲଷ୍ଟର ଅଫପ୍ୟାରିସ ମୂର୍ତ୍ତି ଅନେକ। ପ୍ବଜାରରେ ମିଳୁଥିବା ଯୋଗୁଁ ଲୋକେ ଏହି ମୂର୍ତ୍ତି କିଣିବା ପାଇଁ ଆଗ୍ରହ ହେଉଥିଲେ । ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହୃତ ହେଉଥିବା ଯୋଗୁଁ ଏହା ପରିବେଶ ପାଇଁ କ୍ଷତିକାରକ ଅଟେ । କିନ୍ତୁ ପ୍ଲାଷ୍ଟର ଅଫପ୍ୟାରିସ ମୂର୍ତ୍ତି ପୂଜା ନିମନ୍ତେ ବିଧି ନୁହେଁ। ହେଲେ ସୁଦ୍ଧା ସମସ୍ତ ମାଟି ମୂର୍ତି ପଛରେ ପକାଇ ଏହି ମୂର୍ତ୍ତିଗୁଡିକୁ ଚାହିଦା ବଢ଼ାଇ ଥିବା ବେଳେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲଗାଇଛି । ଯାହା ଫଳରେ ଚଳିତ ବର୍ଷ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ଭଲ ବ୍ୟବସାୟ ହେବା ନେଇ ଆଶା କରି ବିଭିନ୍ନ ପ୍ରକାରର ମାଟିର ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି। ମାଟିରେ ତିଆରି ମୂର୍ତ୍ତି ପରିବେଶ ପାଇଁ ସହାୟକ ହୋଇଥିବା ବେଳେ ଏଥିରେ ବ୍ୟବହୃତ ରଙ୍ଗ କୌଣସି ହାନିକାରକ ହୋଇଥାଏ । ପ୍ଲାଷ୍ଟର ଆଫ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲାଗିବ ପରେ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ନିଜ ନିଜ କୌଳିକ ବୃତ୍ତି ଫେରି ପାଇଥିବା ବେଳେ ବେସ ଆଗ୍ରହର ସହିତ କାର୍ଯ୍ୟକ୍ରମ ଯୁଦ୍ଧ କାଳୀନ ଭିତରେ ଅଗ୍ରଗତି କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଯଦି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଆଉ କିଛି ଦିନ ପୂର୍ବରୁ ନିଆଯାଇଥିଲେ ମୂର୍ତ୍ତି କାରିଗର ମାନଙ୍କୁ ଅବଗତ କରାଯାଇଥାନ୍ତା ତେବେ ଅଧିକ ମୂର୍ତ୍ତି ତିଆରି କରିପାରିଥାନ୍ତେ ବୋଲି କହିଛନ୍ତି ମୂର୍ତ୍ତି କାରିଗର ସୁଜିତ୍ ମହାପାତ୍ର, ରଞ୍ଜିତମହାପାତ୍ର , ବାବୁଲା ମହାପାତ୍ର ଭାସ୍ତ୍କର ବିନ୍ଧାଣି ରତ୍ନ।ଏମାନେ ପରିପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ