ସରକାରୀ ବଙ୍ଗଳା ଓ ସର୍କିଟ ହାଉସକୁ କିଛି ଅଧିକାରୀ ପୈତୃକ ଘର ଭାବେ ବ୍ୟବହାର କରୁଛନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ସରକାରୀ ବଙ୍ଗଳା ଏବଂ ସର୍କିଟ ହାଉସକୁ କିଛି ସରକାରୀ ଅଧିକାରୀ ନିଜର ପୈତୃକ ଘର ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ହେଲା ସରକାରୀ ବଙ୍ଗଳା ଏବଂ ସର୍କିଟ ହାଉସକୁ ଅଧିକାରୀ ମାନେ ପ୍ରଟକଲକୁ ଆଧାର ନକରିବା ଏବଂ ତାଙ୍କର ମନୋଇଛା କାର୍ଯ୍ୟ ନିର୍ବାହୀ କରିବା ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ସହରରେ କିଛି ଅଧିକାରୀ ଙ୍କ ନିମନ୍ତେ ସରକାର ବାସଗୃହ ଥିବା ସତ୍ବେ ସେମାନେ ସରକାର ବାସଗୃହ ନଜାଇ ସର୍କିଟ ହାଉସ କୁ ବ୍ୟବହାର କରିବା ଦେଖିବାକୁ ମିଳିଛି କାରଣ ସର୍କିଟ ହାଉସ ରେ ନାଜିର ଏବଂ ଚପରାସି କୁ ବ୍ୟବହାର କରିବା ହେଉଛି ସେମାନଙ୍କ ଲକ୍ଷ। ଏଠାରେ ସର୍କିଟ ହାଉସ ଏବଂ ବଙ୍ଗଳାର ଚପରାସି ମାନେ ଅତିଥି ଙ୍କ ସେବା ନିମନ୍ତେ ସରକାର ରଖିଛନ୍ତି ନାଁ ସରକାର କର୍ମଚାରୀ ଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କରିବା ନିମନ୍ତେ ରଖାଯାଇଛି ବାରି ହେଉନାହିଁ। କିଛି ଦିନ ହେଲା ଦେଖିବାକୁ ମିଳିଛି ସର୍କିଟ ହାଉସ କିମ୍ବା ବଙ୍ଗଳା ଗୁଡିକରେ ଶାସକ ଦଳର ଚେଲା ଚାମୁଣ୍ଡା ମାନେ ଅନୈତିକ କାର୍ଯ୍ୟ କରିବା ପାଇଁ କୋୖଣସି ପ୍ରକାର ନିୟମ ନିଷ୍ଠା ନାହିଁ। ସରକାର କର୍ମଚାରୀ ରହିବା କୌଣସି ନିୟମ ନିଷ୍ଠା ନାହିଁ। କିନ୍ତୁ ସରକାରୀ ନିୟମ ପରିସର ଭିତରେ ଆସିବା ଅତିଥି ମାନେ ସର୍କିଟ ହାଉସ ରେ ଚିଠା ଆବେଦନ କଲେ ସର୍କିଟ ହାଉସ ମରାମତି ହେଉଥିବାର ଆଳ ଦେଖାଇ ନଦେଉ ଅଧିକାରୀ ମାନେ ନିଜର ପୈତୃକ ସଂପତ୍ତି ଭଳିଆ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଠାରେ ସାଧାରଣ ଲୋକେ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ଆଣିଛନ୍ତି ଯେ ସରକାରୀ ବଙ୍ଗଳା ଏବଂ ସର୍କିଟ ହାଉସ ରେ ବ୍ୟବହାର କରାଯାଉଥିବା କରେଣ୍ଟ ଖର୍ଚ୍ଚ ଓ ଅତିଥି ମାନେ କେତେ ସମୟ ବ୍ୟବହାର କରିବା ସମସ୍ତ ବିଷୟବସ୍ତୁ କୁ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି କାରଣ ଅତିଥି ଙ୍କ ବ୍ୟବହାର ଠାରୁ ଏସି ମେସିନ ବ୍ୟକ୍ତିଗତ ବ୍ୟବହାର ବିଷୟରେ ତାରତମ୍ୟ ଲୋକଲୋଚନକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ