ସ୍କୁଲ ଭ୍ୟାନ ଓ କାର ମୁହାଁ ମୁହିଁ ଧକ୍କା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର – ବାଙ୍କେଶ୍ୱରୀ ରାସ୍ତାରେ ବୁଧବାର ମଧ୍ୟାହ୍ନ ସମୟରେ   ଛାତ୍ର ଛାତ୍ରୀ ଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଭ୍ୟାନ ସହ ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ  ଭ୍ୟାନ ରେ ଥିବା ଛାତ୍ର ଛାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ କାର ଚାଳକ  ଜିତୁ ସେଠୀ ଙ୍କ ସମେତ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ପରିଚୟ ମିଳିପାରି ନାହିଁ। ଦିଗପହଣ୍ଡି ବ୍ଳକ ବି . ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରୁ ଜିତୁ କାର ନଂ. ( ଓଡି୧୫ କ୍ଯୁ ୭୭୭୪ ) ଯୋଗେ ବି. ତୁରୁବୁଡି ଗ୍ରାମକୁ ଯାଉଥିବା ବେଳେ ସେଣ୍ଟ ଜୋସେଫ ବିଦ୍ଯାଳୟ   ଛାତ୍ର ଛାତ୍ରୀ  ଙ୍କୁ ଘରେ ଛାଡ଼ିବା ପାଇଁ ନରସିଂହପୁର ଗ୍ରାମକୁ ଯାଉଥିବା ସ୍କୁଲ ଭ୍ୟାନ ନଂ. ( ଓଡି ୦୭ ଏଇ ୨୯୦୨ ) ମଧ୍ୟରେ ଗାଇ ଗୁହାଳ ଛକ ନିକଟରେ ଦୁର୍ଘଟଣା ହୋଇଥିଲା । କାରରେ ବସିଥିବା ୩ ଜଣ ଆହତ ପରେ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡିଛି। ଘଟଣାପରେ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ରାସ୍ତାରୁ ଉଭୟ ଗାଡ଼ି ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ