ଗୋଆ ମୁକ୍ତି ଯୋଦ୍ଧା ପୀର ପ୍ରସାଦ ପଟ୍ଟନାୟକ ଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ
ବାଙ୍କୀ, (ଯୁଗାବ୍ଦ ନ୍ୟୁଜ):ବାଙ୍କୀ ବ୍ଲକ ସରକାରୀ ମହାବେରେଣା ଉଚ୍ଚ ବିଦ୍ୟାଳୟ, ପଥୁରିପଡା ଠାରେ ଗୋଆ ମୁକ୍ତି ଯୋଦ୍ଧା ବରିଷ୍ଠ ପତ୍ରକାର ସାମ୍ୟବାଦୀ ନେତା ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ପୀର ପ୍ରସାଦ ପଟ୍ଟନାୟକ ଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦ୍ଵାରା ପାଳିତ ହୋଇଯାଇଛି। ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ଶ୍ରଦ୍ଧା ବଚନ ଅର୍ପଣ ପୂର୍ବକ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ କରାଯାଇଥିଲା। ଅନୁଷ୍ଠାନର ସଭାପତି ସୁ ସାହିତ୍ୟିକ ସୁନୀଲ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ୍ ପ୍ରଧାନ ଶିକ୍ଷକ ତଥା ପୀର ବାବୁ ଙ୍କ ପୁତୁରା ଅଶୋକ କୁମାର ପଟ୍ଟନାୟକ, ମହାବେରେଣା କ୍ଲବ ର ସମ୍ପାଦକ ସଦାଶିବ ଦାସ, ଶିକ୍ଷାବିତ୍ ସୁରେଶ୍ଵର ବେହେରା, ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ବେହେରା ପ୍ରମୁଖ ସ୍ଵର୍ଗତ ଆତ୍ମା ଙ୍କ ଗୋଆ ମୁକ୍ତି ସଂଗ୍ରାମ ରେ ମାତ୍ର 18 ବର୍ଷ ବୟସରେ ଯୋଗଦାନ, ମାର୍କ୍ସବାଦୀ କମ୍ଯୁନିଷ୍ଟ ପାର୍ଟି ର ପ୍ରତିଷ୍ଠା, ବାଲିମେଳା ଶ୍ରମିକ ସଂଗଠନ, ବର୍ତ୍ତମାନ ପରିକ୍ରମା, ବର୍ତ୍ତମାନ ସମାଚାର, ଜନ୍ ଭାଷା ଆଦି ପତ୍ରିକାର ସମ୍ପାଦନା ରେ ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ। ଜୀବନ୍ ସାରା ମେହନତି ଗରିବ ଖଟିଖିଆ ଙ୍କ ପାଇଁ ସ୍ଵର ଉତ୍ତୋଳନ କରି ଅନେକ୍ ବାର କାରାବରଣ କରିଥିବା ପୀର ବାବୁ ହେଉଛନ୍ତି ଉତ୍କଲ ଜନନୀ ର ବରପୁତ୍ର ବୋଲି ବକ୍ତବ୍ୟରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ। ଶିକ୍ଷକ କୃପାସିନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ସର୍ବଶ୍ରୀ ବୁଦ୍ଧେଶ୍ବର ସ୍ଵାଇଁ, ସୁଚିତ୍ରା ମନ୍ତ୍ରୀ, ବିଜୟ ଲକ୍ଷ୍ମୀ ବରାଳ, ଲିପ୍ସା ପାଣିଗ୍ରାହୀ, ଅନୁରାଧା ସାମନ୍ତରାୟ, ପ୍ରଣୀତା ପଟ୍ଟନାୟକ, ଦିଲ୍ଲୀପ ବେହେରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।