ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୁଧବାର ଦିନ ୧୧ ଘଟିକା ସମୟରେ ପିଏମ୍‌ଜି ଛକରେ ବସ୍ତିବାସିନ୍ଦାଙ୍କ ଏକତା ମଞ୍ଚ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳ ବସ୍ତିବାସିନ୍ଦାମାନଙ୍କୁ ନିର୍ବାଚନ ପୂର୍ବରୁ ଜମି ‘ପଟ୍ଟା’ ସହ ପକ୍କାଘର ଯୋଗାଇଦେବା ଦାବିରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରି ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏକତାମଞ୍ଚର ସଭାପତି ସେଖ୍ ଅବଦୁଲ୍ଲା ସଭାପତିତ୍ୱ କରି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ରାଜ୍ୟ ସରକାର ସମୁଦାୟ ୬୫ ହଜାର ପଟ୍ଟା ବାଣ୍ଟିବେ । ସେଥିମଧ୍ୟରୁ ଭୁବନେଶ୍ୱର ପାଇଁ ୫୧ ହଜାର, ମାତ୍ର ୧୪ ହଜାର ପଟ୍ଟା ନୁହେଁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ ୪ଟି ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ନିମନ୍ତେ ଘୋଷଣା କରିଛନ୍ତି । କଟକ ସହର ରାଜ୍ୟର ପୁରାତନ ସହର ବସ୍ତିବାସିନ୍ଦାଙ୍କ ପରିବାର ସଂଖ୍ୟା ୫୦ ହଜାର । ଏଠାରେ ପ୍ରକାଶଥାଉକି କଟକ ମହାନଗର ନିଗମ ୨୦୨୦ରେ ବସ୍ତିବାସିନ୍ଦା ଏକାତ ମଞ୍ଚକୁ ୧୫୧୫୯ ପରିବାରକୁ ଚିହ୍ନଟ କରି ଯୋଗ୍ୟ ବିବେଚନା କରି ଚିଠି ଦ୍ୱାରା ଜଣାଇଥିଲେ । ତେଣୁ ବାକି ୪ଟି ମହାନଗର ମଧ୍ୟରେ ରହିଲେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର । ଏଣୁ ଏମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ତେଣୁ ‘ପଟ୍ଟା’ ବୃଦ୍ଧି କରାଯିବା ପାଇଁ ଦାବୀ କରୁଛୁ । ଆଇନଜୀବୀ ହେମେନ୍ଦ୍ର ସାମଲ ତାଙ୍କ ବକ୍ତବ୍ୟ ରଖି କହିଲେ ଯ, ବର୍ତ୍ତମାନ ରାଜ୍ୟ ସରକାର ପଟ୍ଟା ନୁହେଁ, ଏଲ୍‌.ଆର.ସି ଯାହା ଆସନ୍ତା ନିର୍ବାଚନ ଚାଲ୍ । ଅନ୍ୟମାନଙ୍କ ମଧ୍ୟରେ ଡଃ ଅଜୟ ପତି, ମହିଳା ନେତ୍ରୀ ଗିରିବାଳା ବେହେରା, ବାସନ୍ତୀ ବିଶ୍ୱାଳ, ଅନିଲ ସାହୁ, ଶାନ୍ତି ବଗର୍ତ୍ତି, ମନୋଜ ଶର୍ମା, ମଣ୍ଟୁ ମୁଣ୍ଡା, ରବିନ୍ଦ୍ର ବେହେରା, ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ନିର୍ବାଚନ ପୂର୍ବରୁ ମହାନଗର ସମେତ ସମସ୍ତ ପୌରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ‘ପଟ୍ଟା’ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଏହି ବିକ୍ଷୋଭ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ନିକଟରୁ ବାହାରି ପିଏମ୍‌ଜି ଛକଠାରେ ପହଞ୍ôଚଥିଲେ । ବିକ୍ରମ ସିଂ, ଭି. ଲିଙ୍ଗରାଜୁ, ରାଜୁ ରାଓ, ମହେନ୍ଦ୍ର ପରିଡ଼ା, ଶାନ୍ତି ଦେବୀ, ଖୁର୍ସିଦା ବେଗମ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ