ବିଭିନ୍ନ ଦାବି ନେଇ ଧାରଣା ରେ ବସିଲେ ଶିକ୍ଷକ ଶିକ୍ଷୟତ୍ରୀ

ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ର ବ୍ୟାନର ରେ ସମସ୍ତ ବର୍ଗର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମନଙ୍କୁ ନେଇ ଏକ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି। ତୀବ୍ର ହେଇଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ l ଏପଟେ ବିଦ୍ୟାଳୟ ଯାଇ ଫେରିଛନ୍ତି ଛାତ୍ର ଛାତ୍ରୀ l ତିନି ଦଫା ଦାବିରେ ୩୧୪ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖ ଧାରଣା ରେ ବସିଛନ୍ତି l ମିଳିତ ଶିକ୍ଷକ ସଂଘ ର ଦାବି ଗୁଡିକ ହେଲା ଠିକା ନିଯୁକ୍ତି ପ୍ରଥା ଉଛେଦ, କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ, ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟ କାଳ ର increments ପ୍ରଦାନ ସହ ମୂଳ ଚାକିରୀ ରେ ଗଣନା କରିବା, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ଙ୍କୁ କ୍ୟାଡରଭୁକ୍ତ କରିବା,କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ, ନୂତନ ପେନସନ ସ୍କିମ ରଦ୍ଧ କରି ପୁରୁଣା ପେନସନ ସ୍କିମ ପ୍ରଦାନ l ଅଗଷ୍ଟ ୫ରେ ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଓ ଅଗଷ୍ଟ ୧୧ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ସେପ୍ଟେମ୍ବର ୫ ଅର୍ଥାତ ଗୁରୁଦିବସ ରେ ଦାବି ପୂରଣ ହେବ ବୋଲି ଆଶାବାଦୀ ଥିଲା ସଂଘ, କିନ୍ତୁ ତାହା ହେଲା ନାହିଁ l ବାରମ୍ବାର ସରକାର ଙ୍କ ଦ୍ୱାରା ପ୍ରତାରିତ ହେବା ପରେ ପରିଶେଷରେ ସଂଘ ଏଭଳି କଠୋର ପଦକ୍ଷେପ ନେଲା l ବିଦ୍ୟାଳୟ ରେ ତାଲା ବନ୍ଦ କରି ପ୍ରବଳ ବର୍ଷା କୁ ଭୃକ୍ଷେପ ନକରି ଆନ୍ଦୋଳନ ରେ ବସିଛନ୍ତି ମିଳିତ ଶିକ୍ଷକ ମଞ୍ଚ l ଯେତେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଲାଗିରହିବ ବୋଲି ଚେତାବନୀ ଦେଇଛି ସଂଘ l ମିଳିତ ସଂଘ ର ସଭାପତି କବିରାଜ ମଲ୍ଲିକ ଓ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସହ ସମସ୍ତ ଶିକ୍ଷକ ସଂଗଠନ ର କର୍ମ କର୍ତ୍ତା ତତ୍ୱାବଧାନ ରେ ବ୍ଲକ ରୁ ପ୍ରାୟ ୭୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ ରେ ଭାଗ ନେଇଛନ୍ତି l ପ୍ରାୟ ୨୩୦ ରୁ ଉର୍ଦ୍ଧ ବିଦ୍ୟାଳୟ ରେ ତାଲା ବନ୍ଦ ଥିଲା l ମୋହନା ବ୍ଲକ ରେ ଏକ ପ୍ରକାର ପ୍ରାଥମିକ ଶିକ୍ଷା ବନ୍ଦ ଦେଖିବାକୁ ମିଳିଛି lଆନ୍ଦୋଳନ ଚାଲିଥିବା ବେଳେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକଶ୍ରୀ ଦାଶରଥି ଗମାଙ୍ଗ ଯୋଗଦେଇଥିଲେ l ବିଧାୟକ ଙ୍କୁ ସରକାର ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଗଲା l ଯଥା ଶୀଘ୍ର ସରକାର ଶିକ୍ଷକ ଙ୍କ ଦାବି ପୂରଣ କରି ଶିକ୍ଷା ଦାନ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା ପାଇଁ ଅଭିଭାବକ ମହଲ ରୁ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ