ହରିଲାବେଡ଼ା ଆଶ୍ରମ ବିଦ୍ୟାଳୟରେ ‘ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ
ମୟୂରଭଞ୍ଜ, (ଯୁଗାବ୍ଦ ନ୍ୟୁଜ):ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ହରିଲାବେଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ରହଣି ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଏଡ଼ିଡ଼ବ୍ଲ୍ୟୁଓ ରାଇରଙ୍ଗପୁର ଯୋଗଦେଇ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ସମ୍ମାନୀୟ ଅତିଥି ଡବ୍ଲ୍ୟୁଇଓ ଶୁଭାଶିଷ ଦାସ,ଏବିଇଓ ଅଭିରାମ ନାଏକ,ବିପିଏମ୍ ରଂଜନ ସାମଲ,ବ୍ଲକ ଏସ୍ଓ ଅନୂପ କୁମାର ଡଗରା,ଏଏସ୍ଓ ନରେନ୍ଦ୍ର ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ |ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଏଥିରେ ଯୋଗ ଦେଇଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ଦୃଢ଼ ସମ୍ପର୍କ ଅଭିବୃଦ୍ଧି ପ୍ରସଙ୍ଗରେ,ରାଜ୍ୟ ସରକାର ଯୋଗାଯାଉଥିବା ବିବିଧ ଜନକଲ୍ୟାଣ ମୂଳକ ଯୋଜନା ବିଷୟରେ ୟୁଏସ୍ଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ପ୍ରେରଣ କରିଥିଲେ |ଶେଷରେ ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ |