ବାଘିଆ ଜାହିରାରେ ୟୁଏସ୍ଆଇ ସଂଗଠନ ପକ୍ଷରୁ ଶାଳ ଗଛ ରୋପଣ
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ):ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବାଘିଆ ଗ୍ରାମ ଜାହିରା ପୀଠରେ ୟୁଏସ୍ଆଇ ସଂଗଠନ ପକ୍ଷରୁ ଶାଳ ଗଛ ରୋପଣ କରାଯାଇଛି |ଓଡ଼ିଶା ରାଜ୍ୟ ୟୁଏସ୍ଆଇ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଯୁବ ସମାଜସେବୀ ଶିବ ଶଙ୍କର ବେହେରାଙ୍କ ଉପସ୍ଥିତିରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ଗଛ ଗୁଡ଼ିକ ସୁରକ୍ଷିତରେ ରହିବା ନିମନ୍ତେ ଜାଲ ଘେରାଉ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ଚାରା ଗଛ ରୋପଣ କରି ଚୁପ୍ ରହିଲେ ହେବ ନାହିଁ,ସେଥିପ୍ରତି ଦୈନିକ ଗଛ ଗୁଡ଼ିକକୁ ଯତ୍ନ ନେବା ସହ ପାଣି ଦେବାକୁ ପଡ଼ିବ ବୋଲି ଯୁବ ସମାଜସେବୀ ଶ୍ରୀ ବେହେରା ପ୍ରକାଶ କରିଥିଲେ | ବାଘିଆ ଗ୍ରାମର କାର୍ତ୍ତିକ ମୁର୍ମୁ,ନିମାଇଁ ମୁର୍ମୁ,ଗୋବିନ୍ଦ ଟୁଡୁ,ଶିବ ଶଙ୍କର ବେହେରା,କୁନା ବାନାରା,ପରେଶ୍ ମୁର୍ମୁ,ବିରେନ୍ଦ୍ର ମୁର୍ମ ପ୍ରମୁଖ ଜାହିରା ପୀଠରେ ଚାରାରୋପଣ କରିବାରେ ସହଯୋଗ କରିଥିଲେ |ୟୁଏସ୍ଆଇ ସଂଗଠନର ପ୍ରତିଷ୍ଠାତା ଅଖିଳ କୁମାର ସାହୁ,ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ଡଃ ରଶ୍ମିରେଖା ସାହୁ (ମ୍ୟାନେଜିଂ ଟ୍ରଷ୍ଟି),ଅତୁଲବାଲା,ୟୁଏସ୍ଆଇ ର ଆବାହକ ପ୍ରତୀକ୍ଷା ମିଶ୍ର,ମୟୂରଭଞ୍ଜ ଜିଲ୍ଲା ୟୁଏସ୍ଆଇ ସଂଯୋଜିକା ପିଙ୍କି ଶତପଥୀ,ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଆନନ୍ଦ ବିନ୍ଧାଣୀ,ସମାଜସେବୀ କିଶୋର କୁମାର ବେହେରା ପ୍ରମୁଖ ଚାରା ଗଛ କ୍ରୟ କରିବାରେ ସହଯୋଗ କରିଥିଲେ |