ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଆଜି ପଂଚମ ଦିନରେ ପ୍ରତୀକାତ୍ମକ ଧାରଣା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଧାରଣା ଚାଲିଥିବା ବେଳେ ଏଥିରେ ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି ଓ ସମ୍ପାଦକ ପ୍ରସନ୍ନ କୁମାର ରଥ ଉପସ୍ଥିତ ରହି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ସମାଲୋଚନା କରିଥିଲେ। ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା, ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା, କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷା କର୍ମୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହାଛଡା କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଉକ୍ତ ଦାବିକୁ ପୂରଣ କରାନଗଲେ ପ୍ରତୀକାତ୍ମକ ଧାରଣା ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାରଣା ସ୍ଥଳରେ ଶିକ୍ଷକ ପୁଷ୍ପକ ଚନ୍ଦ୍ର ଭାରତୀ, ଶରତ ଚନ୍ଦ୍ର ଥାଟୋଇ, ରମାକାନ୍ତ ସାହୁ, ଜ୍ୟୋସ୍ନା କୁମାରୀ ବାରିକ, ଚକ୍ରଧର ଜେନା, ସଞ୍ଜୟ ନନ୍ଦ, କୈଳାସ ଚନ୍ଦ୍ର ସାମଲ, ଭାଗ୍ୟଶ୍ରୀ ସାମଲ, ନିର୍ମଳ ଧଳ, ଅର୍ଜୁନ ଦାସ, ଅନୁସୟା ବିଶ୍ୱାଳ, ଲୋକନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ