ସରପଦାରୁ ସିରିଜ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମରୁ ଗତ ମଙ୍ଗଳବାର ରାତିରେ ସିରିଜ ଚୋରି ହୋଇଥିବା ଜଣାପଡିଛି। ଗ୍ରାମର ଦୁର୍ଗା ଚରଣ ଭୋଇ ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ ମଙ୍ଗଳବାର ରାତିପ୍ରାୟ ୨ଟାରୁ୩ଟା ମଧ୍ୟରେ ଚୋର ମାନେ ଘରର କବାଟ ଭାଙ୍ଗିଥିଲେ। ପରେ ଘର ଭିତରେ ଥିବା ଏକ ଟ୍ରଙ୍କର ତାଲା ଭାଙ୍ଗି ସେଥିରୁ ଗୋଟିଏ ସୁନା ଚିକହାର, ସୁନା ଶାଂଖି ୫ହଳ, ସୁନା କାନଫୁଲ ୩ହଳ, ସୁନା ମୁଦି ୩ଟା ଓ ନଗଦ ୧୦ହଜାର ଟଙ୍କା ଡକାୟତ ମାନେ ଚୋରି କରିଛନ୍ତି। ପଡୋଶୀ ମହେନ୍ଦ୍ର ଭୋଇଙ୍କ ଘରୁ ମଧ୍ୟ ଦୁର୍ବୁର୍ତ୍ତ ୧୫ଖଣ୍ଡ ଦାମିକା ଶାଢ଼ୀ ଓ ନଗଦ ୧୫ହଜାର ଟଙ୍କା ଚୋରି କରିଛନ୍ତି। ଏହାସହିତ ବସନ୍ତ କୁମାର ରାଉତଙ୍କ ଘରେ କେହି ନଥିବା ବେଳେ ଚୋର ମାନେ ଗୋଡ୍ରେଜରୁ ଦାମିକା ଶାଢ଼ୀ ଚୋରି କରିଛନ୍ତି। ସୂଚନା ପାଇ ଆଜି ସକାଳୁ ପୁଲିସ ସନ୍ଧାନୀ କୁକୁର ସହିତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ୨୬୬/୨୩ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଚୋର ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ ହୋଇଛି।