୨୯ତମ ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡା ଛାତ୍ରୀମାନଙ୍କ କୃତିତ୍ୱ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତମାସ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି କଟକସ୍ଥିତ କଳିଙ୍ଗ ଜିମ୍ନାସିୟମ(ଚୌଧୁରୀ ବଜାରଠାରେ) ୨୯ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୦ବର୍ଷରୁ ୧୨ବର୍ଷ ବାଳିକା ବିଭାଗରେ ୬ଷ୍ଠ ତମ ସ୍ଥାନରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ମାଝି, ୧୨ବର୍ଷରୁ ୧୪ବର୍ଷ ବାଳିକା ବିଭାଗରେ ୪ର୍ଥ ସ୍ଥାନରେ ଶ୍ରେୟା ନାୟକ, ୧୬ ବର୍ଷରୁ ୧୮ବର୍ଷ ବାଳିକା ବିଭାଗରେ ୨ୟସ୍ଥାନରେ ଟ୍ୱିଙ୍କିଲ ସ୍ୱାଇଁ(ଟ୍ରାଡିସିନାଲ ଓ ଅତିଷ୍ଟିକସ) ଏବଂ ୩୦ରୁ ୩୫ବର୍ଷ ମହିଳା ବିଭାଗର ପ୍ରଥମ ସ୍ଥାନରେ ମନ୍ଦାକିନୀ ବେହେରା ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏଥିରେ ବିଚାରକ ଭାବେ ସଞ୍ଜୟ କୁମାର ମଥାନ ଓ ମାନସ କୁମାର ଓଝା ଯୋଗ ଦେଇଥିଲେ । ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଓ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ