ନବନିର୍ମାଣ ସ୍ୱରାଜ ସରକାର ପ୍ରତିଷ୍ଠା ପାଇଁ ‘ମୋ ଦଳ’ର ଉଦ୍ଘାଟନୀ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅଦ୍ୟ ତାରିଖରେ ‘ଭେନ୍ୟା ପାରାଡାଇଜ୍’ରେ ପୂର୍ବାହ୍ନ ୧୦ଘଣ୍ଟା ସମୟରେ ନବନିର୍ମାଣ ସ୍ୱରାଜ ସରକାର ପ୍ରତିଷ୍ଠା ପାଇଁ ‘ମୋ ଦଳ’ର ଏକ ଉଦ୍ଘାଟନୀ ଉତ୍ସବ ରାଜ୍ୟ ଉପସଭାପତି ଡ. କୁଳମଣିଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ‘ମୋ ଦଳ’ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଚାଷୀମାନଙ୍କୁ ସରକାର କିଭଳି ଶୋଷଣ କରୁଛନ୍ତି, ଦରଦାମ ବୃଦ୍ଧି, ଚାଷୀ ଉପକରଣ, ସାରର ଦରଦାମ ବୃଦ୍ଧି, ନିଶା ବିରୁଦ୍ଧରେ ଆନ୍ଦୋଳନ, ନାରୀ ନିର୍ଯ୍ୟାତନା ବିରୋଧରେ ତଥା ବେରୋଜଗାରୀ ଓ ଦୁର୍ନୀତି ବିରୋଧରେ ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସଚେତନ କରିବା ନିମିତ୍ତ ଆହ୍ୱାନ ଦେଇଥିଲେ । ଏବଂ ନିଜର ରାଜନୈତିକ ମେରୁଦଣ୍ଡ ଯେହେତୁ ଚାଷୀମାନଙ୍କର ନାହିଁ, ସେମାନେ ନିଜର ରାଜନୈତିକ ମେରୁଦଣ୍ଡକୁ ମଜବୁତ କରିବା ସହିତ ନିଜେ ନିଜର ପ୍ରତିନିଧିକୁ ବିଧାନସଭା ଓ ଲୋକସଭାକୁ ପଠାଇ ନବନିର୍ମାଣ ସ୍ୱରାଜ ସରକାର ଗଠନ କରିବା ଉଦ୍ଦେଶ୍ୟକୁ ସଫଳ କରିବା ନିମିତ୍ତ ‘ମୋ ଦଳ’ ବିକଳ୍ପ ରାଜନୈତିକ ଦଳ’ ମାଧ୍ୟମରେ ଚରିତାର୍ଥ କରିବା ପାଇଁ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମିଶ୍ର, ଅସିତ ମହାନ୍ତି, ସ୍ୱାମୀ ଆଶ୍ରୟାନନ୍ଦ ମହାରାଜ, ବିରାଜ ରାଉତ, ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ‘ମୋ ଦଳ’ର ଜିଲ୍ଲା କିମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଭାପତି ଭାବରେ ଶ୍ରୀ ଅସିତ କୁମାର ମହାନ୍ତ, ଅଜିତ୍ କୁମାର ପ୍ରଧାନ-ଯୁବ ସଭାପତି ଓ ଜ୍ୟୋତ୍ସ୍ନା ମହାନ୍ତି-ମହିଳା ମୋର୍ଚ୍ଚା ସଭାପତି, ତିଳୋତ୍ତମା ପଣ୍ଡା-ମହିଳା ମୋର୍ଚ୍ଚାର ଉପସଭାପତି ଓ ସାଧାରଣ ସଂପାଦକ ଭାବରେ କାର୍ତ୍ତିକ ଘୋଷ, ପୁରୁଷୋତ୍ତମ ସାହୁ, ବିପ୍ଳବ ଜେନା, ଅଜିତ୍ ମହାଳିକ -ଯୁବ ସାଧାରଣ ସଂପାଦକ, ଅନୁକୂଳ ବିଶ୍ୱାଳ – ପ୍ରେସ୍ ସଂଯୋଜକ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ କୁମାର ପାଳ, ଚକ୍ରଧର ପାହାଡ଼ସିଂ, ଦୀପକ ଚନ୍ଦ୍ର ଘୋଷ, ପଦ୍ମଲୋଚନ ପଣ୍ଡା, ନିରଞ୍ଜନ ପ୍ରସାଦ ବାରିକ, ଗୋପବନ୍ଧୁ ମୁଦୁଲି, ବେଣୁଧର ବେହେରା, ସୁରଜିତ ପୋଥାଳ, ଦେବଦତ୍ତ ବିଶ୍ୱାଳ, ଆଲୋକ ଚନ୍ଦ୍ର ଦାସ, ସୁମନ୍ତ ଗିରି, ଭାସ୍କର ଚନ୍ଦ୍ର ଦଳେଇ, ସନ୍ତୋଷ କୁମାର ଯେନା, ଭରତ ଚନ୍ଦ୍ର ପରିଡ଼ା, ସନାତନ ଦାସ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ସଭାପତି ଡ. କୁଳମଣି ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ତୃଣମୂଳ ସ୍ତରରେ ‘ମୋ ଦଳ’ର ପ୍ରଚାର ପ୍ରସାର କଲେ ସଂଗଠନ ଦୃଢ଼ ହୋଇପାରିବ ବୋଲି ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ପରିଶେଷରେ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।