ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସଂସ୍କୃତ ମଣ୍ଡଳର ସଭାପତି ଅଭିମନ୍ୟୁ ସେନାପତିଙ୍କ ଆୟୋଜନ ତଥା ପରିଚାଳନାରେ ଅନୁଷ୍ଠିତ ବୈଠକରେ ଜିଲା ସଂସ୍କୃତ ମଣ୍ଡଳ ପକ୍ଷରୁ ନବନିର୍ବାଚିତ ସଂସ୍କୃତ ମହାମଣ୍ଡଳର ସଭାପତି ଡ.ସଦାନନ୍ଦ ଦୀକ୍ଷିତ, କାର୍ଯ୍ୟକାରୀ ସମ୍ପାଦକ ଡଃ.ଶୈଳେନ୍ଦ୍ର ନାରାୟଣ ପାଢୀ, ସାଧାରଣ ସମ୍ପାଦକ ଡଃ.ଚିତ୍ତ ରଞ୍ଜନ ଷଡଙ୍ଗୀ ଓ ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଭଦ୍ରକ ମଣ୍ଡଳର ସମ୍ପାଦକ ସତ୍ୟ ନାରାୟଣ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାମଣ୍ଡଳର ସାଧାରଣ ସମ୍ପାଦକ ଡ.ଚିତ୍ତ ରଞ୍ଜନ ଷଡଙ୍ଗୀ ଯୋଗ ଦେଇ ମହାମଣ୍ଡଳର ଆଗାମୀ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ମତ ରଖିଥିଲେ । ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ଡଃ.ଶୈଳେନ୍ଦ୍ର ନାରାୟଣ ପାଢୀ ଯୋଗ ଦେଇ ବିଗତ ଦିନର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ । ମହାମଣ୍ଡଳର ନବ ନିର୍ବାଚିତ ସଭାପତି ଡଃ.ସଦାନନ୍ଦ ଦୀକ୍ଷିତ ନିଜର ଅଭିଭାଷଣ ରଖିଥିଲେ । ଏଥିସହ ରାଜ୍ୟର ବିଭିନ୍ନ ସଂସ୍କୃତ ଅନୁଷ୍ଠାନରୁ ପଣ୍ଡିତ ଶିକ୍ଷକ ମାନେ ଯୋଗ ଦେଇ ନିଜର ମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ