ଗଡଚଣ୍ଡୀ ଠାରେ କାଜୁଚାଷ ପ୍ରଶିକ୍ଷଣ କର୍ମଶାଳା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠ ଠାରେ ଓଡିଶା କାଜୁ ନିଗମ ପକ୍ଷରୁ ଏକ ଦିନିକିଆ କାଜୁଚାଷ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଏମ.ଡି ଦିପ୍ତୀ ମହାପାତ୍ର, ଜି.ଏମ. ଟେକନିକାଲ ଲକ୍ଷ୍ମୀଧର ଜେନା, ଜି.ଏମ ଫାଇନାନ୍ସ ପ୍ରତାପ କୁମାର ସାହୁ, ଡିଭିଜନାଲ ମ୍ୟାନେଜର ଶିବରାମ ପ୍ରସାଦ ନାୟକ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ହଦଗଡ ରେଞ୍ଜର ମାର୍ସଲ କିସ୍କୁ, ସହକାରୀ ଉଦ୍ୟାନ ବିଭାଗର ଅଧିକାରୀ ମାସୁମ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଅଧ୍ୟକ୍ଷ ସୁବାସ ମହାରଣା ବୈଜ୍ଞାନିକ ପଦ୍ଧତିରେ କିପରି କାଜୁ ଚାଷ ହୋଇପାରିବ ଓ ତାହା ଦ୍ୱାରା ଚାଷୀମାନେ କିପରି ଉପକୃତ ହୋେଇପାରିବେ ସେ ଉପରେ ଚାଷୀ ମାନଙ୍କୁ ବୁଝାଇଥିଲେ । କମ ଜମିରେ କାଜୁଚାଷ କରି କିପରି ଅଧିକ ଲାଭ ପାଇପାରିବେ ତାହା ଉପରେ ବିଭାଗୀୟ ଅଧିକାରୀ ମାନେ ପ୍ରଶିକ୍ଷଣ ଦେଇଥିଲେ । ସୁପରଭାଇଜର ନିରୁପମା ସେନାପତି, ବନ୍ଦିତା ମୁର୍ମୁ, ଜୟନ୍ତୀ ସାହୁ, ସହକାରୀ ଉଦ୍ୟାନ ବିଭାଗର ପର୍ଯ୍ୟବେକ୍ଷକ ସୁନିଲ କୁମାର ପାତ୍ର, ରାମଶଙ୍କର ମୁର୍ମୁ, ରଶ୍ମୀତା ପ୍ରଧାନ, ଜୟନ୍ତୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଞ୍ଜୟ ରାଉତ, ଜଗନ୍ନାଥ ବଳ, ଶରତ ଖୁଣ୍ଟିଆ, ନନ୍ଦୁ ଚରଣ ଜେନା, ଉଦୟନାଥ ସା, ବିମଳ କିଶୋର ଜେନା, ପଦ୍ମଲୋଚନ ରାଉତ, ବୈଲୋଚନ ନାୟକ, ଜିତେନ୍ଦ୍ର ରାଉତଙ୍କ ସମେତ ଶତାଧିକ ଚାଷୀ ଏହି କର୍ମଶାଳରେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ