ଚେନ୍ନଇରେ ଆଜି ପ୍ରଥମ ଦିନିକିଆ

ଚେନ୍ନଇ- ଟି୨୦ ସିରିଜ୍ ଜିତିବାପରେ ଏବେ ଲକ୍ଷ୍ୟ ଏକଦିବସୀୟ ଉପରେ ରବିବାର ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ର ପ୍ରଥମ ମ୍ୟାଚ୍ ଖେଳାଯିବ ଚେନ୍ନଇରେ । ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଭଲ ଫର୍ମରେ ଥିବାରୁ ବିରାଟ ବାହିନୀଙ୍କୁ ଉତ୍ସାହିତ କରିଛି । କିନ୍ତୁ ଏବେ ଦଳପାଇଁ ଚିନ୍ତାର କାରଣ ପାଲଟିଛି ଦୁର୍ବଳ ବୋଲିଂ ଓ ଫିଲ୍ଡିଂ ଆଜିର ମ୍ୟାଚ ଏଥିରେ ସୁଧାର ଆସିବବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ୩ୟ ଟି୨୦ ମ୍ୟାଚ୍ ରେ  ଆହତ ହୋଇଥିବା ଓପ୍ନର ଏଭିନ୍ ଲୁଇସ୍ଙ୍କ ଖେଳିବା ସମ୍ଭାବନା କମ୍  ଫଳରେ ଲେଣ୍ଡଲ ସିମନ୍ସଙ୍କ ସହ ବ୍ରାଣ୍ଡନ୍ କିଙ୍ଗ୍ ଇନିଂସ ଓପନ୍ କରିପାରନ୍ତି । ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଛି। ଦଳ ମାତ୍ର ୨୫ ରନ୍ ଭିତରେ ୨ଟି ଗୁରୁତ୍ଵପୂର୍ଣ୍ଣ ୱିକେଟ୍ ହରାଇଛି। ୬.୨ ଓଭରରେ ଦଳ ୨୧ ରନ୍ କରିଥିବାବେଳେ ଓପନର କେ. ଏଲ. ରାହୁଲ ଆଉଟ୍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ