ବରିଷ୍ଠ ସାମ୍ବାଦିକ ମନୋଜ ଦାସଙ୍କ ଦେହାନ୍ତ

ଚୌଦ୍ୱାର, (ଦୀପକ କୁମାର ବେଉରା):ଚୌଦ୍ୱାର ଚୌଦ୍ଵାର ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦାସଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଗତ ରବିବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ପ୍ରଥମେ ପ୍ରଗତିବାଦୀ, ଧରିତ୍ରୀ ଓ ପରେ ଅନୁପମ ଭାରତ ଖବର କାଗଜରେ ଗତ ୨୫ ବର୍ଷ ଧରି ସାମ୍ବାଦିକତା କରିବା ସହ ଜନସାଧାରଣଙ୍କ ହକ୍ ପାଇଁ ଲଢେଇ ଜାରି ରଖିଥିଲେ । ତାଙ୍କର ସୁନ୍ଦର ବ୍ୟବହାର ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ କଟକ, ଚୌଦ୍ୱାର, ଜଗତପୁର ଆଦି ଅଞ୍ଚଳର ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କ ମର ଶରୀରକୁ ଚୌଦ୍ୱାର ଅଣାଯିବା ପରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ସାନଭାଇ ତଥା ସ୍ଥାନୀୟ ୧୭ ନମ୍ବର ୱାର୍ଡ ର କାଉନସିଲର ଆଶୁତୋଷ ଦାସ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଚୌଦ୍ୱାର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ