ପର୍ବତାରୋହିଣୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜଗବନ୍ଧୁ ଜରାଶ୍ରମ’ ଏବଂ ‘ଢେଙ୍କାନାଳ ସାଂସ୍କୃତିକ ପରିଷଦ’ ମିଳିତ ସହଯୋଗରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପର୍ବାରୋହିଣୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଶ୍ରୀଜଗନ୍ନାଥଙ୍କର ପତିତପାବନ ବାନା ସହିତ ଚାରା ଦେଇ ଉଚ୍ଛସ୍ୱିତ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।ଡଃ ସୌରେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମହାନଗରପାଳ ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟବକ୍ତା ଭାବେ ଏଭରେଷ୍ଟର ତଥା ସମାଜସେବୀ ଡଃ ସିଦ୍ଧାର୍ଥ ରାଉତରାୟ, ସମ୍ମାନିତ ଅତିଥି ଭାବେ କର୍ପୋରେଟର ତଥା ସମାଜସେବୀ ପ୍ରୀତିନନ୍ଦା ରାଉତରାୟ, ପୁଷ୍ପା ଶତପଥୀ, ଡଃ ସେଖ ଲିୟାକତ ଅଲ୍ଲୀ, ସମାଜସେବୀ ରୁଦ୍ର ନାରାୟଣ ଶତପଥୀ, ଶ୍ରୀଯୁକ୍ତ ନୀଳମାଧବ ପୃଷ୍ଟି, ଇନକମ ଟ୍ୟାକ୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର, ସମାଜସେବୀ ପ୍ରମିଳା ସିଂ, କଲ୍ୟାଣୀ ସେବା ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ, ବିଜୟ କୁମାର ସାହୁ, ବିଶିଷ୍ଟ ହେତୁବାଦୀ ପ୍ରଫେସର ଶ୍ରୀଯୁକ୍ତ ଧନେଶ୍ୱର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସଭାରେ ଢେଙ୍କାନାଳ ସାଂସ୍କୃତିକ ପରିଷଦର ସଭାପତି ୨୫ ହଜାର ଟଙ୍କା ପ୍ରଦାନ କରିବା ସହ ଜଗବନ୍ଧୁ ଜରାଶ୍ରମର ଶୁଭେଚ୍ଛୁମାନଙ୍କ ସହଯୋଗରେ ୬୦ ହଜାର ଟଙ୍କା, ଏବଂ ଏଭରେଷ୍ଟର ତଥା ସମାଜସେବୀ ଡଃ ସିଦ୍ଧାର୍ଥ ରାଉତରାୟ ୨୫ ହଜାର ଟଙ୍କା ପ୍ରଦାନ କରିବା ସହ ବିଭାରାଣୀ ପାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହିତ ଉପସ୍ଥିତ ଥିବା ଅନେକ ସ୍ୱେଚ୍ଛାସେବୀ, ସମାଜସେବୀ, ବରିଷ୍ଠ ନାଗରିକ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ମନୋଜ ସ୍ୱାଇଁ ଫୋନ୍ ମାଧ୍ୟମରେ ବିଭାରାଣୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ବିଏମ୍ସିର ମେୟର ବିଭାରାଣୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ବିଏମ୍ସି ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଆଶୁତୋଷ ମିଶ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ