କଟକ ନେତାଜୀ ସୁଭାଷ ବୋଷ ଟର୍ମିନାଲ ଅନୁଧ୍ୟାନ କଲେ ଫରୱର୍ଡ଼ ବ୍ଲକ୍ର ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର କଟକ ଖାନନଗର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନୂତନ ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମଣ କରୁଛନ୍ତି ଯାହାର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିଲାଣି ଏବଂ ଆସନ୍ତା ସେପ୍େଟମ୍ବର ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ କିଛି ଘଟଣାକୁ ନେଇ ସ୍ଥାନୀୟ ଅଧିବାସି ଏବଂ ଦିର୍ଘବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନଙ୍କ ପକ୍ଷରୁ ନୂତନ ବସଷ୍ଟାଣ୍ଡରେ ଥଇଥାନକୁ ନେଇ ବିବାଦ ଉପୁଯୁଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫରୱାର୍ଡ଼ ବ୍ଲକ୍ ଓଡ଼ିଶା ରାଜ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଆଜି କଟକ ଠାରେ ନିର୍ମାଣାଧିନ ଏହି ନେତାଜୀ ସୁଭାଷ ବସ ଟର୍ମିନାଲକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀ ଓ ଏହି ବସ ଟର୍ମିନାଲରେ ଉପଲବ୍ଧ ହେବାକୁ ଥିବା ବ୍ୟବସ୍ଥା ଖୁବ୍ ଉଚ୍ଚକୋଟିର ବୋଲି ଏହି ପ୍ରତିନିଧି ମଣ୍ଡଳିର ହୃଦବୋଧ ହୋଇଛି । ଭାରତ ବର୍ଷର ମହାନ ସ୍ୱାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନିର୍ମିତ ଏହି ବସ ଟର୍ମିନାଲ ନିଶ୍ଚିତ ଭାବରେ କଟକ ସହର ସର୍ବୋପରି ଓଡ଼ିଶା ରାଜ୍ୟର ଗରିମା ବୃଦ୍ଧିରେ ସହାୟକ ହେବ । ଏବଂ ଆଗାମୀ ପିଢ଼ୀ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଏହି ପ୍ରତିନିଧି ମଣ୍ଡଳୀ ପକ୍ଷରୁ କରାଯିବା ସହ ନେତାଜୀଙ୍କ ନାମରେ ଏଭଳି ଉଚ୍ଚକୋଟିର ବସ ଟର୍ମିନାଲ ନିର୍ମାଣ କରାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଟର୍ମିନାଲ ମଧ୍ୟରେ ନେତାଜୀଙ୍କ ତ୍ୟାଗ, ବୀରତ୍ୱ ପୂର୍ଣ୍ଣ ସଂଗ୍ରାମ, ଆତ୍ମବଳୀ ଦାନ ଏବଂ ବିଚାରଧାରା ସମେତ ନେତାଜୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଚିତ୍ରଗୁଡ଼ିକୁ ସ୍ଥାନୀତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଅନ୍ୟତମ ରାଜ୍ୟ ସାମ୍ପାଦିକା କମଳା ସାହୁ, କଟକ ଜିଲ୍ଲା ସମ୍ପାଦକ ଆଲୋକ ମହାପାତ୍ର, ବିଜୟ ସାହୁ, କୃଷ୍ଣଚନ୍ଦ୍ର ବାରିକ, ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟ ସଂଯୋଜିକା ଲକ୍ଷ୍ମୀ ଦୋରା, ରଘୁ ଖୋସଲା, ବିକ୍ରମ କାଣ୍ଡି, ଲକ୍ଷ୍ମୀ ବାରିକ, ହରିବନ୍ଧୁ ଖରା, ଦିଲ୍ଲୀପ ସାହୁ, ଲକ୍ଷ୍ମଣ ଦାସ, ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।